23.1 C
Bhubaneswar
Friday, November 8, 2024
Homeଅପରାଧସ୍ୱାମୀର ଗୁପ୍ତାଙ୍ଗରେ ଗରମ ତେଲ ଢ଼ାଳିଦେଲା ପତ୍ନୀ; କାହିଁକି ଜାଣନ୍ତୁ....

ସ୍ୱାମୀର ଗୁପ୍ତାଙ୍ଗରେ ଗରମ ତେଲ ଢ଼ାଳିଦେଲା ପତ୍ନୀ; କାହିଁକି ଜାଣନ୍ତୁ….

ଭୋପାଳ: ଅନ୍ୟ ପୁରୁଷ ସହ ଫୋନରେ କଥା ହେବାକୁ ମନା କରିବାରୁ ରାଗିଗଲେ ପତ୍ନୀ । ଆଉ ପ୍ରତିଶୋଧ ନେବାକୁ ସ୍ୱାମୀଙ୍କ ଗୁପ୍ତାଙ୍ଗରେ ଗରମ ତେଲ ଢ଼ାଳିଦେଲେ ପତ୍ନୀ । ମଧ୍ୟପ୍ରଦେଶରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ବାସ୍ତବରେ, ଗ୍ୱାଲିଅରର ଜଣେ ପତ୍ନୀ ତାଙ୍କ ସ୍ୱାମୀଙ୍କୁ ଏକ ଶିକ୍ଷା ଦେବା ପାଇଁ ଅତ୍ୟନ୍ତ ଭୟାନକ ପଦକ୍ଷେପ ନେଇଛନ୍ତି । ଯେତେବେଳେ ସ୍ୱାମୀ ଶୋଇଥିଲେ, ସେତେବେଳେ ପତ୍ନୀ ରୋଷେଇ ଘରକୁ ଯାଇ ପ୍ରଥମେ ତେଲ ଫୁଟାଇ ତା’ପରେ ସ୍ୱାମୀଙ୍କ ଗୁପ୍ତାଙ୍ଗରେ ଢାଳିଦେଇଥିଲେ । ଏହି ବ୍ୟକ୍ତିଙ୍କ ନାମ ନାମ ସୁନୀଲ ଧାକଡ଼ ହୋଇଥିବାବେଳେ ସେ ଏକ ବେସରକାରୀ କମ୍ପାନୀରେ କାମ କରନ୍ତି । ବାସ୍ତବରେ, କିଛି ଦିନ ପୂର୍ବରୁ ପଡୋଶୀ ଅଞ୍ଚଳରେ ରହୁଥିବା ଜଣେ ମହିଳା ସୁନୀଲଙ୍କ ନିକଟରେ ଅଭିଯୋଗ କରିଥିଲେ ଯେ ଯେତେବେଳେ ସେ ଘରେ ନଥାନ୍ତି, ତାଙ୍କ ପତ୍ନୀ ତାଙ୍କ ସ୍ୱାମୀଙ୍କ ସହ ଫୋନରେ କଥା ହୁଅନ୍ତି । ମହିଳାଙ୍କଠାରୁ ଅଭିଯୋଗ ପାଇବା ପରେ ସୁନୀଲ ତାଙ୍କ ପତ୍ନୀ ଭାବନାଙ୍କୁ ଏପରି ନକରିବାକୁ କହିଥିଲେ । ତଥାପି ବି ଭାବନା ଏହା ଶୁଣିନଥିଲେ ।

ଦୁଇଦିନ ତଳେ ସୁନୀଲ ଅଫିସ କାମ ସାରି ଘରକୁ ଫେରି ଦେଖିଲେ ଯେ ତାଙ୍କ ପତ୍ନୀ ଭାବନା ପୁଣି ସେହି ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ହେଉଛନ୍ତି । ସୁନୀଲ ଏପରି ନ କରିବାକୁ ପୁଣିଥରେ ବୁଝାଇଥିଲେ, କିନ୍ତୁ ଭାବନା କଥାବାର୍ତ୍ତା ଜାରି ରଖିବେ ବୋଲି ସଫା ସଫା କହିଦେଇଥିଲେ । ଏହା ପରେ ରାଗି ଯାଇ ସୁନୀଲ ତାଙ୍କ ପତ୍ନୀଙ୍କଠାରୁ ଫୋନ୍ ଛଡ଼ାଇ ନେଇଥିଲେ । ଏହା ପରେ ସେହି ଦିନ ରାତି ପ୍ରାୟ ୨ ଟା ସମୟରେ ପତ୍ନୀ ସୁନୀଲଙ୍କୁ ଏକ ଶିକ୍ଷା ଦେବାକୁ ଭାବନା ନିଷ୍ପତ୍ତି ନେଇଥିଲେ । ସେ ରାତିରେ ଉଠି ରୋଷେଇ ଘରେ ତେଲ ଗରମ କରିଥିଲେ । ତେଲ ଗରମ ହେବା ପରେ ସୁନୀଲ ଶୋଇଥିବାବେଳେ ତାଙ୍କ ଗୁପ୍ତାଙ୍ଗରେ ଢ଼ାଳିଦେଇ ଥିଲେ । ଏହାପରେ ସୁନୀଲ ଯନ୍ତ୍ରଣାରେ ଛଟପଟ ହୋଇ ଚିତ୍କାର କରିଥିଲେ । ଯେତେବେଳେ ସ୍ଥାନୀୟ ଲୋକ ଏବାବଦରେ ଜାଣିଥିଲେ, ସେମାନେ ସୁନୀଲଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପୁଲିସ ଏହି ମାମଲାରେ ପତ୍ନୀଙ୍କ ବିରୋଧରେ ମାମଲା ରୁଜୁ କରିଛି । ତାଙ୍କୁ ଗିରଫ ପାଇଁ ଛାନଭିନ ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking