22.1 C
Bhubaneswar
Saturday, March 28, 2026
Homeଦେଶ ବିଦେଶରୋଗୀଙ୍କୁ ନିଶା ଇଞ୍ଜେକ୍ସନ ଦେଇ ଦୁଷ୍କର୍ମ ମାମଲା; ଲକ୍ଷ୍ନୌରୁ ହସ୍ପିଟାଲ କର୍ମଚାରୀ ଗିରଫ

ରୋଗୀଙ୍କୁ ନିଶା ଇଞ୍ଜେକ୍ସନ ଦେଇ ଦୁଷ୍କର୍ମ ମାମଲା; ଲକ୍ଷ୍ନୌରୁ ହସ୍ପିଟାଲ କର୍ମଚାରୀ ଗିରଫ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବାଲରାମପୁର ଜିଲ୍ଲାର ପଚପେଡ଼ୱାରେ ଏକ ଘୃଣ୍ୟ ଘଟଣା ସାମ୍ନାକୁ ଆସିଛି। ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ ଜଣେ ମହିଳା ରୋଗୀଙ୍କୁ ସେଡେଟ୍(ନିଶା ଇଞ୍ଜେକ୍ସନ) ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗିରଫ କରାଯାଇଛି। ପୋଲିସ ପ୍ରଦାନ କରିଥିବା ସୂଚନା ଅନୁଯାୟୀ, ଘଟଣାଟି ଗତ ୨୫ ତାରିଖ ରାତିରେ ଘଟିଥିଲା। ଘଟଣାର ମୁଖ୍ୟ ଅଭିଯୁକ୍ତ ଯୋଗେଶ ପାଣ୍ଡେ, ଉକ୍ତ ହସ୍ପିଟାଲରେ ଜଣେ ନର୍ସିଂ ଷ୍ଟାଫ ଭାବେ କାମ କରୁଥିଲେ ବୋଲି ଜଣାପଡିଛି। ଶାରିରୀକ ସମସ୍ୟକୁ ନେଇ ହସ୍ପିଟାଲରେ ଭର୍ତ୍ତୀ ହୋଇଥିବା ମହିଳା ରୋଗୀଙ୍କୁ ଯୋଗେଶ କୌଶଳକ୍ରମେ ସେଡେଟିଭ ଦେଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ରୋଗୀ ଜଣଙ୍କ ନିଜ ଚେତା ଫେରି ପାଇବା ପରେ ତାଙ୍କ ସହ ହୋଇଥିବା ଘୃଣ୍ୟ କାମ ବିରୁଦ୍ଧରେ କହିବା ଆରମ୍ଭ କରିଥିଲେ। ଯାହା ପରେ ଅଭିଯୁକ୍ତ ଜଣଙ୍କ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଏନେଇ ସୂଚନା ମିଳିବା ପରେ ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଘଟଣା ଘଟିବାର ମାତ୍ର ପରେ ୪୮ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଭଠାର ବ୍ରିଜ ନିକଟରୁ ଗିରଫ କରାଯାଇଥିଲା। ଏହି ଘଟଣା ହସ୍ପିଟାଲ ପରିସରରେ ମହିଳାଙ୍କ ସୁରକ୍ଷା ପ୍ରତି ଗମ୍ଭୀର ପ୍ରଶ୍ନ ଉଠାଇଛି। ସ୍ଥାନୀୟ ଲୋକେ ଓ ସାମାଜିକ କର୍ମୀମାନେ ଏହି ଘଟଣାର ତୀବ୍ର ନିନ୍ଦା କରି ହସ୍ପିଟାଲରେ ଉନ୍ନତ ସୁରକ୍ଷା ବ୍ୟବସ୍ଥା ଓ ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking