19.1 C
Bhubaneswar
Saturday, November 23, 2024
Homeଅପରାଧନାବାଳିକା ସହ ନର ରାକ୍ଷସମାନେ ଯାହା କଲେ ହୋସ୍ ଉଡ଼ିବ....

ନାବାଳିକା ସହ ନର ରାକ୍ଷସମାନେ ଯାହା କଲେ ହୋସ୍ ଉଡ଼ିବ….

ନୂଆଦିଲ୍ଳୀ: ଅନେକ ସମୟରେ ପାକିସ୍ତାନରେ ସଂଖ୍ୟାଲଘୁ ସଂପ୍ରଦାୟ(ହିନ୍ଦୁ, ଶିଖ୍‌)ଙ୍କ ଉପରେ ଅତ୍ୟାଚାର ଘଟଣା ସାମ୍ନାକୁ ଆସିଛି । ଏବେ ପୁଣି ଆଉ ଏକ ଜଘନ୍ୟ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ୮ ବର୍ଷୀୟ ହିନ୍ଦୁ ଝିଅ ସହ ଗଣଦୁଷ୍କର୍ମ ହୋଇଛି । ଖାଲି ସେତିକି ନୁହେଁ ନୃଶଂସତାର ସୀମା ଏତେ ଟପିଥିଲା ଯେ ଏହି ପାପାଚାରୀମାନେ ଝିଅଟିର ଦୁଇ ଆଖିରେ ଛୁରୀ ଭୁସିଦେଇଥିଲେ । ତେବେ ଡାକ୍ତରଙ୍କ କହିବା ଅନୂଯାୟୀ ବଞ୍ଚିବାର ଆଶା ଖୁବ୍ କମ୍ ରହିଛି । ଏହି ମାମଲା ସିନ୍ଧ ପ୍ରାନ୍ତର । ମାମଲା ୨୮ ଅଗଷ୍ଟର, ପରିବାରଲୋକଙ୍କୁ ତାଙ୍କର ୮ ବର୍ଷର ଝିଅ ଗୁରୁତର ଅବସ୍ଥାରେ ମିଳିଥିଲା ।

ବର୍ତ୍ତମାନ ତାଙ୍କୁ ଉମରକୋଟ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡାକ୍ତର ଗ୍ୟାଙ୍ଗରେପ୍ ହୋଇଥିବା କହିବା ସହ ଛୁରା ମାଡ଼ ହୋଇଥିବା ନେଇ କହିଥିଲେ । ତେବେ ଡାକ୍ତରଙ୍କ କହିବା ଅନୂଯାୟୀ ପିଲାଟିର ବଞ୍ଚିବା ଆଶା ଖୁବ୍ କମ୍ ରହିଛି । ଉଲ୍ଲେଖଯୋଗ୍ୟ, ସିନ୍ଧ୍ ପ୍ରାନ୍ତରେ ରହୁଥିବା ହିନ୍ଦୁଙ୍କ ଉପରେ ଅତ୍ୟାଚାର ଯେମିତିକି ରେପ୍‌, ମର୍ଡର ଏବଂ କିଡନାପିଂ ଖବର ପ୍ରଥମରୁ ହିଁ ଆସିଛି । ଗତ ସପ୍ତାହରେ ଜଣେ ହିନ୍ଦୁ ସଫେଇ କର୍ମଚାରୀଙ୍କୁ ଇଶନିନ୍ଦା ମାମଲାରେ ଗିରଫ କରାଯାଇଥିଲା । ଏହାପୂର୍ବରୁ ଚରମପନ୍ଥୀ ତାଙ୍କ ଉପରେ ଆକ୍ରମଣ କରିଥିଲେ । ସେହିଭଳି କିଛି ମାସ ତଲେ ଜଣେ ୧୮ ବର୍ଷୀୟ ସିନ୍ଧି ହିନ୍ଦୁ ଝିଅକୁ ବିଚ୍ ରାସ୍ତାରେ ଗୁଳି କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking