26.1 C
Bhubaneswar
Saturday, October 19, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧୟୁକ୍ରେନରେ ନରସଂହାରର ଭୟାନକ ଚିତ୍ର : ଶହ ଶହ ହାତବନ୍ଧା ମୃତଦେହ ଉଦ୍ଧାର

ୟୁକ୍ରେନରେ ନରସଂହାରର ଭୟାନକ ଚିତ୍ର : ଶହ ଶହ ହାତବନ୍ଧା ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ : ୟୁକ୍ରେନରେ ମୃତ୍ୟୁର ତାଣ୍ଡବ ଜାରି ରହିଛି। ରୁଷ ପକ୍ଷରୁ ହୋଇଥିବା ଆକ୍ରମଣ ପାଇଁ ଅନେକ ଘଟଣା ଇତିହାସର ପୃଷ୍ଠାରେ ସର୍ବଦା ରହିବ। ୟୁକ୍ରେନ ଅଧିକାରୀଙ୍କ କହିବାନୁଯାୟୀ, କିଭ୍‍ ରୁ ଫେରିବା ପୂର୍ବରୁ ରୁଷ ସୈନ୍ୟ ଏଠାରେ ଯୁଦ୍ଧ ଅପରାଧ କରିଛି। ସେଠାରେ କିଛି ଭୟଙ୍କର ଦୃଶ୍ୟ ଛାଡି ଯାଇଛି । ସୂଚନାନୁଯାୟୀ, ୟୁକ୍ରେନ ରାଜଧାନୀ କିଭ୍‍ ରେ ଏକାସହ ୪୧୦ ଜଣଙ୍କ ମୃତଦେହ ମିଳିଛି। ମୃତକଙ୍କ ମଧ୍ୟରେ ଅଧିକାଂଶଙ୍କ ହାତ ଗୋଡ ବନ୍ଧା ହୋଇଥିବା ବେଳେ ସେମାନଙ୍କ ମଥାରେ ଗୁଳିବଦ୍ଧ ହୋଇଛି। ୟୁକ୍ରେନରୁ ଆସୁଥିବା ଏହି ଫଟୋ ପାଇଁ ସଭିଁଙ୍କ ମନରେ ଭୟର ଏକ ବାତାବରଣ ସୃଷ୍ଟି ହୋଇଛି। ଏହା ମଧ୍ୟରେ ଆମେରିକାର ଏକ କମ୍ପାନୀ ପକ୍ଷରୁ କିଛି ସାଟେଲାଇଟ ଫଟୋ ପଠାଯାଇଛି।

ଏଥିରେ ଦାବି ହୋଇଛି ଉକ୍ତ ମୃତଦେହକୁ ପୋତିବା ପାଇଁ କିଭ୍‍ ଏକ ଚର୍ଚ୍ଚ ନିକଟରେ ୪୫ ଫୁଟ୍‍ ଗାତ ଖୋଳାଯାଇଛି। ମିଡିଆ ରିପୋର୍ଟ ଅନୁଯାୟୀ, ଅଧିକାଂଶ ମୃତଦେହ ରୁଷ ସୈନାଙ୍କ ଆଡ୍ଡା ସ୍ଥଳ ନିକଟରୁ ମିଳିଛି। ସେମାନଙ୍କ ହାତ ବନ୍ଧା ହୋଇଥିବା ବେଳେ ହାତ ଓ ମଥାରେ ଗୁଳି ବାଜିଛି। ୟୁକ୍ରେନ ଅଧିକାରୀ ଏହି ହତ୍ୟା ପାଇଁ ରୁଷ ସୈନ୍ୟଙ୍କୁ ସମ୍ପୂର୍ଣ୍ଣରୂପେ ଦୋଷୀ ଦାୟୀ କରିଛନ୍ତି। ଅନ୍ୟ ପକ୍ଷରେ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି, ଏହା ନରସଂହାରର ସବୁଠାରୁ ବଡ ପ୍ରମାଣ। ୟୁକ୍ରେନର ଅଭିଯୋଗକୁ ରୁଷ ଖଣ୍ଡନ କରିଛି। ରୁଷ ପ୍ରତିରକ୍ଷା ମନ୍ତ୍ରାଳାୟ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ବୁଚାର କୌଣସି ବାସିନ୍ଦା ରୁଷ ସେନା ଦ୍ୱାରା ନିର୍ଯାତନା ପାଇ ନାହାନ୍ତି। ସାଧାରଣ ନାଗରିକ କୌଣସି ହିଂସାତ୍ମକ କାର୍ୟ୍ୟର ସମ୍ମୁଖୀନ ହୋଇନାହାଁନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking