25.1 C
Bhubaneswar
Wednesday, October 30, 2024
Homeଓଡିଶାହୁସିଆର! ମାତିଛନ୍ତି ନାଇଜେରିଆ ଠକ

ହୁସିଆର! ମାତିଛନ୍ତି ନାଇଜେରିଆ ଠକ

ଭୁବନେଶ୍ୱର: ଠକଙ୍କୁ ଧରିବାକୁ କ୍ରାଇମବ୍ରାଞ୍ଚ ବିଦେଶ ଅଭିଯାନ । ସାଇବର ଠକାମୀ ମୂଳପୋଚ୍ଛ କରିବାକୁ ଅଣ୍ଟା ଭିଡିଛି କ୍ରାଇମବ୍ରାଞ୍ଚ । ନିବେଶବେଳେ ଠକାମୀର ଶିକାର ମାମଲାର ତଦନ୍ତ ହୋଇଛି । ଏହି ମାମଲାରେ ସ୍କାନରକୁ ଆସିଛି ନାଇଜେରିଆ ଲିଙ୍କ୍ । ଦିଲ୍ଲୀରୁ ୨ ନାଇଜେରିଆ ଠକଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ଦେଇଛି କ୍ରାଇମବ୍ରାଞ୍ଚ ସାଇବର ୱିଙ୍ଗ । ଅଭିଯୁକ୍ତମାନେ ହେଲେ କ୍ରିଷ୍ଟୋଫର ଓ ନାମଦି ଷ୍ଟେନଲି । ଉଭୟଙ୍କୁ ଗିରଫ ପରେ ସେମାନଙ୍କ ଠାରୁ ୬ଟି ମୋବାଇଲ, ୨ଟି ଲ୍ୟାପଟପ୍‌, ୧୦ଟି ସିମକାର୍ଡ, ଡଙ୍ଗଲ , ୧୦ଟି ଆକାଉଣ୍ଟ ଓ ପାସବୁକ ସହ ୨ଟି ଡେବିଟ କାର୍ଡ ଜବତ କରିଛି କ୍ରାଇମବ୍ରାଞ୍ଚ ଟିମ୍ । ସୂଚନା ଅନୁସାରେ, ୧୦ଟି ରାଜ୍ୟର ୯୪ ଟି ଠକେଇ ପଛରେ ଅଭିଯୁକ୍ତମାନଙ୍କ ହାତ ଥିବା ଏଯାବତ ନ୍ୟାସନାଲ ସାଇବର ପୋର୍ଟାଲର ଅଭିଯୋଗ ଲିଷ୍ଟରୁ ଜଣାପଡିଛି ।

ତେବେ ଠକମାନେ ନିଜକୁ ଓଡ଼ିଶାରେ ଜଣେ ପୂର୍ବତନ ଆଇଏଏସ୍ ଅଫିସରଙ୍କ ପରିଚୟ ଦେଇଥିଲେ । ଏପରିକି ସେମାନେ ଏବେ ୱାର୍ଲଡ ବ୍ୟାଙ୍କ, ୱାଶିଙ୍ଗଟନରେ କାମ କରୁଥିବା କଥା କହିଥିଲେ । ପ୍ରଥମେ ଫେସବୁକ ଓ ପରେ ହ୍ୱାଟସପ ଏହାପରେ ମୋବାଇଲ ନମ୍ବରରେ ଚାର୍ଟିଂ ଜରିଆରେ ଏମାନେ ଏକ ବିଜନେସ ବିଲ କରିଥିଲେ । ଏକ ପ୍ରକଳ୍ପ ଆଳରେ ଡିଲ କରି ୨ କୋଟି ୬୫ଲକ୍ଷ ୧୫ହଜାର ୯ ଶହ ୪୦ଟଙ୍କାର ଠକି ନେଇଥିଲେ । ଅଭିଯୋଗକାରୀ ସତ ଜାଣିବା ପରେ କ୍ରାଇମବ୍ରାଞ୍ଚ ସାଇବର ସେଲରେ ଅଭିଯୋଗ କରିଥିଲେ ।

ତଦନ୍ତ କରି ଶେଷରେ ଏହି ଦୁଇ ଠକଙ୍କ ପାଖରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ । ଦିଲ୍ଲୀ ଦକ୍ଷିଣ-ପଶ୍ଚିମ ଡିସିପି ଓ ଦ୍ୱାରକା ପୋଲିସ ଟିମ୍ ମିଳିତ ଭାବେ ବିଭିନ୍ନ ସ୍ଥାନରେ ରେଡ କରିଥିଲେ । ସାଇବର ସେଲ ଟିମ୍ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି । ସୋସିଆଲ ମିଡିଆରେ କେହି ନିଜକୁ କିଛି ପରିଚୟ ଦେଇ ଆପଣଙ୍କୁ ଟଙ୍କା କାରବାର କରିବାକୁ କହୁଥିଲେ ସତର୍କ ରୁହନ୍ତୁ । ଏ ଦିଗରେ ନିଜ ତରଫରୁ ଭେରିଫିକେସନ କରିବା ଦରକାର । କାରଣ ସାଧାରଣତଃ ନିବେଶ ଆଳରେ ଜାଲିଆତି କରୁଛନ୍ତି ଫ୍ରଡ୍ ବ୍ୟକ୍ତି । ଯେଉଁମାନେ କି ସୋସିଆଲ ମିଡିଆରେ ମାତିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking