26.1 C
Bhubaneswar
Thursday, September 19, 2024
Homeଦୁର୍ଗା ପୂଜା - 2024ଦୁର୍ଗା ପୂଜାରେ ଘରେ ତିଆରି କରନ୍ତୁ ମଲାଇ ଲଡ଼ୁ

ଦୁର୍ଗା ପୂଜାରେ ଘରେ ତିଆରି କରନ୍ତୁ ମଲାଇ ଲଡ଼ୁ

ଭୁବନେଶ୍ୱର : ଦୁର୍ଗା ପୂଜା ଆଶ୍ୱିନ ମାସରେ ହିନ୍ଦୁମାନେ ପାଳନ କରୁଥିବା ଏକ ଉତ୍ସବ । ଏହା ଅସତ୍ୟ ଓ ଅନ୍ୟାୟ ଉପରେ ସତ୍ୟ ଓ ନ୍ୟାୟର ବିଜୟର ନିଦର୍ଶନ । ଦେବୀ ଭାଗବତ ଓ ସପ୍ତଶତୀ ଚଣ୍ଡୀରେ ବର୍ଣ୍ଣିତ ଅଛି ମେଧାଋଷିଙ୍କର ମାର୍ଗ ଦର୍ଶନରେ ମାତା ଦୁର୍ଗାଙ୍କୁ ସନ୍ତୁଷ୍ଟ କରି ତାଙ୍କ ଆଶୀର୍ବାଦରୁ ରାଜ୍ୟହୀନ ରାଜା ସୁରଥ ପୁନଃ ନିଜ ରାଜ୍ୟ ଫେରି ପାଇଥିଲେ ଓ ସମାଧି ବୈଶ୍ୟ ମଧ୍ୟ ନିଜର ଅଭିଳଷିତ ବର ଲାଭ କରି ପାରିଥିଲେ । ସମସ୍ତ ଦେବତା ଯେବେ ମହିଷାସୁରର ଅତ୍ୟାଚାରରେ ସନ୍ତ୍ରପ୍ତ ହୋଇ ବ୍ରହ୍ମାଙ୍କ ଶରଣାପନ୍ନହେଲେ ସେତେବେଳେ ବ୍ରହ୍ମା, ଶ୍ରୀବିଷ୍ଣୁ ଓ ଶିବଙ୍କ ପରାମର୍ଶରେ ସମସ୍ତ ଦେବତାଙ୍କ ତେଜ ସମ୍ମିଳିତ କରି କାତ୍ୟାୟନ ଋଷିଙ୍କ ଆଶ୍ରମରେ ଯଜ୍ଞକୁଣ୍ଡରୁ ମାୟା ବୀଜଦ୍ୱାରା ଦୁର୍ଗାଙ୍କୁ ଆବାହନ କଲେ, ଏବଂ ଦେବୀ ଦୁର୍ଗା ପ୍ରକଟୀତା ହେଲେ । ସମସ୍ତ ଦେବତା ନିଜ ନିଜ ଆୟୁଧ ଦୁର୍ଗାଙ୍କୁ ଦାନ କଲେ,ଶେଷରେ ଦେବୀ ସିଂହ ବାହିନୀ ହୋଇ ମହିଷାସୁର ସହ ଯୁଦ୍ଧ କରିଥିଲେ । ଅନେକ ସମୟ ଯୁଦ୍ଧ କଲାପରେ ଦେବୀ ଶୂଳଦ୍ୱାରା ମହିଷାର ହୃଦୟ ବିଦ୍ଧ କଲେ, ଖଡ୍ଗଦ୍ୱାରା ଶିରଚ୍ଛେଦ କଲେ । ସେହି ସମୟ ଥିଲା ଚୈତ୍ର ଶୁକ୍ଳ ପକ୍ଷ ଅଷ୍ଟମୀ ଓ ନବମୀର ସନ୍ଧିକ୍ଷଣ, ତେଣୁ ଏହିସମୟରେ ଦେବୀଙ୍କୁ ମହାଶକ୍ତି ରୂପେ ପୂଜା କରାଯାଏ । ତ୍ରେତୟା ଯୁଗରେ ରାବଣକୁ ପରାସ୍ତ କରିବା ନିମନ୍ତେ ରାମଚନ୍ଦ୍ର ଚୈତ୍ର ବଦଳରେ ଆଶ୍ୱିନରେ ଏହି ପୂଜା କରିଥିଲେ, ସେବେଠାରୁ ଏହା ଉଭୟ ଚୈତ୍ର ବାସନ୍ତୀ ନବରାତ୍ର ଓ ଆଶ୍ୱିନ ଶାରଦ ନବରାତ୍ର ଭାବେ ବିଦିତ ଓ ଉଭୟ ସମୟରେ ଦେବୀଙ୍କ ମହାପୂଜା ପ୍ରଚଳିତ । ନବମୀର ପରବର୍ତ୍ତୀ ଦିନ ବିଜୟଉତ୍ସବ ବା ବିଜୟାଦଶମୀ ପାଳିତ ହୁଏ,ଏହା ଦେବତାମାନଙ୍କଦ୍ୱାରା ମା ଦୁର୍ଗାଙ୍କ ଯୁଦ୍ଧ ପରବର୍ତ୍ତୀ ବିଜୟାଭିଷେକର ପରମ୍ପରାକୁ ସୂଚାଏ । ତେବେ ଦୁର୍ଗାପୂଜାର ଉତ୍ସବ ପାଖେଇ ଆସିଲାଣି । ଏହି ଖୁସିର ଦିନରେ ଘରକୁ ବନ୍ଧୁବାନ୍ଧବ ଆସିଥାନ୍ତି । ସେମାନଙ୍କ ସ୍ୱାଗତ ଚର୍ଚ୍ଚାର ଆପଣମାନଙ୍କୁ ନିଶ୍ଚିନ୍ତ ମିଠା ଦରକାର ପଡ଼ିଥାଏ । ମିଠା ଦୋକାନ ଯିବା ଅପେକ୍ଷା ଘରେ ଅତି ସହଜରେ ଆପଣମାନେ ମିଠା କରି ନିଜ ବନ୍ଧୁବାନ୍ଧବଙ୍କ ସାମ୍ନାରେ ପରଷନ୍ତୁ । ଦେଖିବେ ସେମାନେ ଦୋକାନ ମିଠା ଅପେକ୍ଷା ଆପଣଙ୍କ ହାତ ତିଆରି ମିଠା ବହୁତ ପସନ୍ଦ କରିବେ । ତେବେ ଆସନ୍ତୁ ଅତି ସହଜରେ ବନିପାରୁଥିବା ମଲାଇ ଲଡ଼ୁ ମିଠାର ପ୍ରସ୍ତୁତି ବଷୟରେ ଜାଣିବା ।
ଆବଶ୍ୟକ ସାମଗ୍ରୀ: କ୍ଷୀର, ଚିନି, ଭିନେଗାର, ଗୁଜରାତି ଗୁଣ୍ଡ ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ କଡ଼େଇରେ ୧ ଲିଟର କ୍ଷୀର ଗରମ କରନ୍ତୁ । ଏହା ଭଲ ଭାବେ ଫୁଟିଲେ ଏଥିରେ କିଛି ଭିନେଗାର ମିଶାନ୍ତୁ । ଭିନେଗାରର ଖଟା କାରଣରୁ କ୍ଷୀର ଛେନା ଛିଣ୍ଡି ଯିବ । ପରେ ଏହାକୁ କିଛି ସମୟ ଫୁଟାଇ ଗ୍ୟାସ୍‌ ବନ୍ଦ କରିନ୍ତୁ । ଏହାପରେ ଛେନାକୁ ଏକ କପଡ଼ାରେ ଛାଣି ପାଣି ନିଗାଡ଼ି ଦିଅନ୍ତୁ। ଭିନେଗାର ଖଟା ଓ ଏହାର ବାସ୍ନା ଛେନାରେ ନରହିବା ପାଇଁ ଛେନାକୁ ଆଉ ଥରେ ଭଲ ଭାବେ ପାଣିରେ ଧୋଇ ଦିଅନ୍ତୁ। ପାଣି ନିଗିଡ଼ି ଗଲେ ଛେନାକୁ ଚିନି ଦେଇ ଚକଟି ଦିଅନ୍ତୁ । ଏହାପରେ ଆଉ ଏକ କଡ଼େଇରେ ୧ ଲିଟର କ୍ଷୀର ଗରମ କରି ଭଲ ଭାବେ ଫୁଟାନ୍ତୁ । ଏହା ଅଧାରୁ ଅଧିକ କମି ମଲାଇ ପଡ଼ି ବହଳିଆ ହେବା ପର୍ଯ୍ୟନ୍ତ ଗୋଳାଇନ୍ତୁ । ଏବେ ସେଥିରେ ଚିନି ପକାଇ ଭଲ ଭାବେ ଘାଣ୍ଟନ୍ତୁ। ଏହାପରେ ସେଥିରେ ଚକଟା ଛେନା ଓ ଗୁଜରାତି ଗୁଣ୍ଡ ପକାଇ ଡ୍ରାଏ ହେବା ପର୍ଯ୍ୟନ୍ତ ଘାଣ୍ଟନ୍ତୁ । ଗ୍ୟାସ୍‌ ବନ୍ଦ କରି ଏହି ମିଶ୍ରଣକୁ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ । ଏହାପରେ ହାତରେ ଏହାକୁ ଲଡ଼ୁର ଆକୃତି ଦିଅନ୍ତୁ । ଲଡ଼ୁକୁ ସଜାଇବା ପାଇଁ ଉପରେ ଡ୍ରାଏ ଫ୍ରୁଟ୍‌ କିମ୍ବା କେଶର ବ୍ୟବହାର କରିପାରନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking