27.1 C
Bhubaneswar
Friday, October 18, 2024
Homeଦେଶ ବିଦେଶସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ରିପୋର୍ଟରେ ଖୁଲାସା: ଜମ୍ମୁ-କଶ୍ମୀରରେ ସକ୍ରିୟ ୧୩୪ ଆତଙ୍କୀଙ୍କ ମଧ୍ୟରେ ୮୩ ବିଦେଶୀ

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ରିପୋର୍ଟରେ ଖୁଲାସା: ଜମ୍ମୁ-କଶ୍ମୀରରେ ସକ୍ରିୟ ୧୩୪ ଆତଙ୍କୀଙ୍କ ମଧ୍ୟରେ ୮୩ ବିଦେଶୀ

– ୨୦୨୨ରେ ୪୧ ବିଦେଶୀଙ୍କ ସମେତ ଆତଙ୍କୀ ୧୬୭ ନିପାତ
ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରରେ ଇତିମଧ୍ୟରେ ବିଦେଶୀ ଆତଙ୍କବାଦୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଏକ ରିପୋର୍ଟରୁ ଖୁଲାସା ହୋଇଛି । ରିପୋର୍ଟରେ କୁହାଯାଇଛି ଯେ ଭିନ୍ନ ଭିନ୍ନ ସଂଗଠନ ସହ ସମ୍ପୃକ୍ତ ୧୩୪ ଆତଙ୍କୀ ବର୍ତ୍ତମାନ ଏହି କେନ୍ଦ୍ରଶାସିତ ଅଞ୍ଚଳରେ ସକ୍ରିୟ ଅଛନ୍ତି । ଏମାନଙ୍କ ମଧ୍ୟରୁ ୮୩ ବିଦେଶୀ ହୋଇଥିବା ବେଳେ ୫୧ ସ୍ଥାନୀୟ ଆତଙ୍କୀ । ଏହା ବ୍ୟତୀତ ସରକାରଙ୍କ ପକ୍ଷରୁ ଦାବି କରାଯାଇଛି ଯେ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଘାଟିରେ ୧୬୭ ଆତଙ୍କୀ ପ୍ରାଣ ହରାଇଛନ୍ତି ।

ଏହା ମଧ୍ୟରେ ୪୧ ବିଦେଶୀ ଏବଂ ୧୨୬ ସ୍ଥାନୀୟ ଆତଙ୍କୀ । କଶ୍ମୀର ରେଞ୍ଜ୍ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ (ଏଡିଜିପି) ବିଜୟ କୁମାର ସୂଚନା ଦେଇଛନ୍ତି ଯେ ଚଳିତ ବର୍ଷ ପ୍ରାଣ ହରାଇଥିବା ବିଦେଶୀ ଆତଙ୍କବାଦୀଙ୍କ ସଂଖ୍ୟା ୨୦୨୧ ତୁଳନାରେ ଦୁଇଗୁଣ । ୨୦୨୧ରେ ୨୧ ବିଦେଶୀ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିବା ବେଳେ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଏହି ସଂଖ୍ୟା ୪୧ରେ ପହଞ୍ଚିଛି ।

ମିଡିଆ ରିପୋର୍ଟ ଅନୁସାରେ ନିକଟରେ ମୁମ୍ବାଇରେ ଆୟୋଜିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ର ଆତଙ୍କବାଦୀ ନିରୋଧୀ କମିଟି ବୈଠକରେ କଶ୍ମୀର ଘାଟିରେ ହିଂସାକାଣ୍ଡରେ ପୁଣି ବୃଦ୍ଧି ଘଟିଛି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସ୍ୱୀକାର କରିଥିଲା । ସରକାରୀ ରେକର୍ଡ ଅନୁସାରେ ୨୦୧୮ରେ ଜମ୍ମୁ-କଶ୍ମୀରରେ ୬୦୦ ଆତଙ୍କବାଦୀ ଶିବିର ଥିଲା, ଯାହା ୨୦୨୧ରେ ହ୍ରାସପାଇ ୧୫୦ ହୋଇଥିଲା । ତେବେ ୨୦୨୨ ସେପ୍ଟେମ୍ବର ବେଳକୁ ଏହି ଶିବିର ସଂଖ୍ୟା ବୃଦ୍ଧିପାଇ ୨୨୫ରେ ପହଞ୍ଚିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking