27.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶଫ୍ଲାଇଟ୍‌ରେ ହୋଲି ସେଲିବ୍ରେସନ୍‌; ଦୁଇ ପାଇଲଟ୍‌ଙ୍କୁ ଡ୍ୟୁଟିରୁ ହଟାଇଲା ସ୍ପାଇସ୍‌ଜେଟ୍‌

ଫ୍ଲାଇଟ୍‌ରେ ହୋଲି ସେଲିବ୍ରେସନ୍‌; ଦୁଇ ପାଇଲଟ୍‌ଙ୍କୁ ଡ୍ୟୁଟିରୁ ହଟାଇଲା ସ୍ପାଇସ୍‌ଜେଟ୍‌

ନୂଆଦିଲ୍ଲୀ: ଉଡ଼ାଣ ବେଳେ କକ୍‌ପିଟ୍‌ରେ ହୋଲି ସେଲିବ୍ରେସନ୍ ଦୁଇଜଣ ପାଇଲଟ୍‌ଙ୍କୁ ମହଙ୍ଗା ପଡ଼ିଛି । ଡିଜିସିଏ ନିର୍ଦ୍ଦେଶରେ ସ୍ପାଇସ୍‌ଜେଟ୍ ସେମାନଙ୍କୁ ଅଫ୍ ରୋଷ୍ଟର୍ (ଉଡ଼ାଣ ଡ୍ୟୁଟିରୁ ହଟାଇ) କରିଛି । ଘଟଣା ମାର୍ଚ୍ଚ ୮ ତାରିଖ ହୋଲି ଦିନର । ଦିଲ୍ଲୀ-ଗୁଆହାଟୀ ଫ୍ଲାଇଟ୍‌ରେ ଗୁଝିୟା (ଏକ ବିଶେଷ ପ୍ରକାରର ମିଠା) ଖାଉଥିବା ସମୟରେ ଦୁଇ ପାଇଲଟ୍ ଫ୍ଲାଇଟ୍‌ର ଡେକ୍‌ର ସେଣ୍ଟର୍ କନ୍‌ସୋଲ୍ ଉପରେ କଫି ଗ୍ଲାସ୍ ରଖଥିଲେ । ଜଣେ ପାଇଲଟ୍‌ଙ୍କ ହାତରେ ଗୁଝିୟା ମଧ୍ୟ ଦେଖିବାକୁ ମିଳୁଛି ।

ଏହି ଘଟଣାର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । କନ୍‌ସୋଲ୍‌ରେ ରଖାଯାଇଥିବା ଗ୍ଲାସ୍‌ରୁ ସାମାନ୍ୟ କଫି ଲିକ୍ କରିଥିଲେ ଏହା ବିମାନର ସୁରକ୍ଷା ଉପରେ ପ୍ରଭାବ ପକାଇଥାନ୍ତି । ଯେଉଁ ସମୟରେ ପାଇଲଟ୍ କଫି-ଗୁଝିୟାର ମଜା ନେଉଥିଲେ ସେତେବେଳେ ବିମାନ ୩୭ ହଜାର ଫୁଟ ଉଚ୍ଚରେ ଉଡ଼ୁଥିଲା ଏବଂ ବିମାନର ଗତି ଘଣ୍ଟା ପ୍ରତି ୯୭୫ କିମି ଥିଲା । ଫଟୋ ଭାଇରାଲ୍ ହେବା ପରେ ଡାଇରେକ୍ଟର ଜେନେରାଲ୍ ସିଭିଲ୍ ଆଭିଏସନ୍ (ଡିଜିସିଏ) ମଙ୍ଗଳବାର ପାଇଲଟ୍‌ଙ୍କ ଚିହ୍ନଟ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏୟାର୍‌ଲାଇନ୍‌କୁ ନିର୍ଦ୍ଦେଶ ଦେଇଥିଲା । ଏହି ନିର୍ଦ୍ଦେଶ ପରେ ବୁଧବାର ସ୍ପାଇସ୍‌ଜେଟ୍ ଦୁଇ ପାଇଲଟ୍‌ଙ୍କୁ ଅଫ୍ ରୋଷ୍ଟର୍ କରିଛି ।

ଏୟାରଲାଇନ୍ ମୁଖପାତ୍ର କହିଛନ୍ତି, ତଦନ୍ତ ଶେଷ ପର୍ଯ୍ୟନ୍ତ ଦୁଇ ପାଇଲଟ୍‌ଙ୍କୁ ଅଫ୍ ରୋଷ୍ଟର୍ କରାଯାଇଛି । କକ୍‌ପିଟ୍ ଭିତରେ ଭୋଜନକୁ ନେଇ ସ୍ପାଇସ୍‌ଜେଟ୍‌ର କଡ଼ା ପଲିସି ରହିଛି, ଯାହାକୁ ସମସ୍ତ କ୍ରୁ ସଦସ୍ୟଙ୍କୁ ପାଳନ କରିବାକୁ ପଡ଼ିଥାଏ ବୋଲି ସେ କହିଛନ୍ତି । ତଦନ୍ତ ପରେ ଦୁଇ ପାଇଲଟ୍‌ଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ଅନ୍ୟପକ୍ଷରେ କେତେକ ବରିଷ୍ଠ ପାଇଲଟ୍ ଏ ପ୍ରକାର ଦାୟିତ୍ୱହୀନ ହୋଲି ସେଲିବ୍ରେସନ୍‌କୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking