28.1 C
Bhubaneswar
Sunday, September 8, 2024
Homeଧର୍ମହୋଲି ଖେଳିଲେ ବଙ୍କବିହାରୀ

ହୋଲି ଖେଳିଲେ ବଙ୍କବିହାରୀ

ଭୁବନେଶ୍ୱର : କାଲି ଥିଲା ଫଗୁ ଦଶମୀ । ଆଉ ଆଜି ହେଉଛି ଏକାଦଶୀ । ଓଡିଶାରେ ଏହାକୁ ପାପନାଶିନୀ ଏକାଦଶୀ କୁହାଯାଉଥିବାବେଳେ ଉତ୍ତରପ୍ରଦେଶରେ ଏହାକୁ ରଙ୍ଗଭରୀ ଏକାଦଶୀ ବୋଲି କୁହାଯାଏ । ଏହି ଅବସରରେ ମଥୁରା ବୃନ୍ଦବନରେ ଥିବା ବାଙ୍କେବିହାରୀ ମନ୍ଦିରରେ ହୋଲି ପର୍ବ ଆରମ୍ଭ ହୋଇଯାଇଛି । ରଙ୍ଗରେ ରଙ୍ଗୀ ହୋଇଛନ୍ତି ମଥୁରାବାସୀ । ବାଙ୍କେବିହାରୀ ମନ୍ଦିରକୁ ସୁନ୍ଦର ଭାବରେ ବେଲୁନ ଓ ଫୁଲ ସହ ସାଜସଜ୍ଜା କରାଯାଇଥିବାବେଳେ ଶ୍ରଦ୍ଧାଳୁମାନେ ବିଶ୍ୱାସର ରଙ୍ଗରେ ବୁଡି ରହିଥିବା ଦେଖାଯାଏ ।

ବାଙ୍କେବିହାରୀଙ୍କ ପାଇଁ ଖାସ କରି ଶୁଦ୍ଧ କେଶର ରଙ୍ଗର ରଙ୍ଗ ତିଆରି କରାଯାଇଥାଏ । ସର୍ବପ୍ରଥମେ ଠାକୁରଙ୍କୁ ରଙ୍ଗ ଲଗାଇବା ପରେ ହୋଲିର ପରମ୍ପରାଗତ ଶୁଭାରମ୍ଭ ହୋଇଥାଏ । ମନ୍ଦିରରେ ଚୋଭା, ଚନ୍ଦନ ସହ ଅବୀର ରଙ୍ଗରେ ହୋଲି ପାଳନ କରାଯାଇଥାଏ । ହୋଲିର ଏକ ମାସ ପୂର୍ବରୁ ହିଁ ଏଠାରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଥାଏ ।

ଏଠାରେ ରଙ୍ଗଭାରୀ ଏକାଦଶୀର ଆଉ ଏକ ମହତ୍ତ୍ୱ ମଧ୍ୟ ରହିଛି । ଆଜିର ଦିନରେ ଶିବ ଏବଂ ପାର୍ବତୀଙ୍କୁ ପୂଜା କରାଯାଏ । ଏହି ଦିନ ବାରଣାସୀର କାଶୀ ବିଶ୍ୱନାଥ ମନ୍ଦିରରେ ସ୍ୱତନ୍ତ୍ର ପୂଜା କରାଯାଏ । ଶିବପାର୍ବତୀଙ୍କୁ ହୋଲି ଲଗାଯାଇଥାଏ । ଏହାସହ କାଶୀ ରାଜା ବିଶ୍ୱନାଥ, ମାତା ଗୌରୀଙ୍କ ସହ ପାଲିଙ୍କିରେ ବସି ନଗର ଭ୍ରମଣ କରିଥାନ୍ତି ।

ଓଡିଶାରେ ମଧ୍ୟ ନିଆରା ହୋଲି ପର୍ବ ଦେଖିବାକୁ ମିଳିଥାଏ । ରାଧା ଗୋବିନ୍ଦ ଦୋଳରେ ଆସି ଘର ଘର ବୁଲି ଭୋଗ ଖାଇଥାନ୍ତି । ମୁଖ୍ୟତଃ ଗ୍ରାମ ଗ୍ରାମ ମଧ୍ୟରେ, ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ, ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଏକ ସ୍ନେହ, ସଦ୍‌ଭାବ ଓ ପାରମ୍ପାରିକ ସୌହାର୍ଯ୍ୟ ପାଇଁ ଦୋଳଯାତ୍ରୀ ଆୟୋଜନ ହୋଇଥାଏ । କେଉଁଠି ଛଅ ଦିନ, କେଉଁଠି ନଅ ଦିନ,ସାତ ଦିନ, ଦଶ ଦିନ ଧରି ଦୋଳପର୍ବ ପାଳନ ହୋଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking