28.1 C
Bhubaneswar
Friday, November 22, 2024
Homeଦେଶ ବିଦେଶନବଜାତକ ସନ୍ତାନକୁ ଧରି ବିଧାନସଭାରେ ବିଧାୟିକା, କହିଲେ ଆଗ ଜନତା

ନବଜାତକ ସନ୍ତାନକୁ ଧରି ବିଧାନସଭାରେ ବିଧାୟିକା, କହିଲେ ଆଗ ଜନତା

ମୁମ୍ବାଇ: ନବଜାତକ ସନ୍ତାନକୁ ଧରି ବିଧାନସଭା ପହଞ୍ଚିଲେ ବିଧାୟିକା । କଥାଟି ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚିୟ ଲାଗିବା ବି ସ୍ୱାଭାବିକ । ମହାରାଷ୍ଟ୍ରରେ ଶୀତକାଳୀନ ଅଧିବେଶନ ଜାରି ରହିଛି । ଏହି ସମୟରେ ଏଭଳି କିଛି ଚିତ୍ର ସାମ୍ନାକୁ ଆସିଛି । ନିକଟରେ ମାଆ ହୋଇଥିବା ଏନସିପି ବିଧାୟିକା ସରୋଜ ବାବୁଲାଲ ଅହିର ନିଜ ସନ୍ତାନକୁ ଧରି ଅଧିବେଶନରେ ସାମିଲ ହୋଇଛନ୍ତି । ବିଧାନସଭାରେ ଲୋକଙ୍କ ପାଇଁ ପ୍ରଶ୍ନ ଜବାବ ରଖିଛନ୍ତି । ସୂଚନା ଅନୁଯାୟୀ, ସେପ୍ଟେମ୍ବର ୩୦ ତାରିଖରେ ମାଆ ହୋଇଛନ୍ତି ଏନସିପି ବିଧାୟିକା ସରୋଜ ବାବୁଲାଲ ଅହିର । ପୂର୍ବରୁ ମହିଳା ସଶକ୍ତିକରଣକୁ ନେଇ ଅନେକ କାର୍ଯ୍ୟ କରିଛନ୍ତି । ଏବେ ନିଜ ତିନି ମାସର ଶିଶୁକୁ ଧରି ମହାରାଷ୍ଟ୍ରରେ ବିଧାନସଭାରେ ପହଞ୍ଚି ଚର୍ଚ୍ଚାକୁ ଆସିଛନ୍ତି ବିଧାୟିକା । ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ବିଧାୟିକା କହିଛନ୍ତି, “ଗତ ୨ ବର୍ଷରୁ ଅଧିକ ହେବ କୋରୋନା ପାଇଁ ମହାରାଷ୍ଟ୍ର ଅଧିବେଶନ ହୋଇ ନଥିଲା । ମୁଁ ଜଣେ ମାଆ କିନ୍ତୁ ବିଧାୟିକା ମଧ୍‌ଯ । ମୋ ଭୋଟରଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଆସିଛି । ବାସ୍ତବରେ ବିଧାୟିକାଙ୍କର ଏହି କାର୍ଯ୍ୟ ତାଙ୍କୁ ଚର୍ଚ୍ଚାକୁ ଆଣିଛି । ପ୍ରଥମ ଥର ପାଇଁ କେହି ଜଣେ ବିଧାୟିକା ସନ୍ତାନକୁ ନେଇ ବିଧାନସଭାରେ ପହଞ୍ଚିଥିବା ଦେଖିବାକୁ ମିଳିଛି । ଆଜିଠୁ ମହାରାଷ୍ଟ୍ର ବିଧାନସଭା ଅଧିବେଶନ ଆରମ୍ଭ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking