ନୂଆଦିଲ୍ଲୀ : ଏଚଏମପିଭି ଭୂତାଣୁ ପ୍ରସଙ୍ଗରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି କହିଛନ୍ତି । ଭାରତ ସରକାର ମଧ୍ୟ ଏନେଇ କୌଣସି ଆଡଭାଇଜରି ଜାରି କରିନାହାନ୍ତି । ତେବେ ଯେକୌଣସି ସ୍ଵାସ୍ଥ୍ୟ ବିପର୍ୟ୍ୟୟ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି । ସେ ଆହୁରି କହିଛନ୍ତି, “କୋଭିଡ ଆମକୁ ବହୁତ୍ ଜିନିଷ ଶିଖାଇ ଦେଇଛି । ଆମର ସ୍ଵାସ୍ଥ୍ୟ ବ୍ୟବସ୍ଥା ପୂର୍ବ ତୁଳନାରେ ଅଧିକ ସୁଦୃଢ଼ ହୋଇଛି । ତେବେ ଏହି ଭୂତାଣୁ ପୂର୍ବରୁ ଥିଲା ଓ ରହିଛି ଏବଂ ଏହାକୁ ନେଇ ଡରିବାର ନାହିଁ ବୋଲି ଦୁଇ ଦିନ ତଳେ ଭାରତ ସରକାରଙ୍କ ସ୍ଵାସ୍ଥ୍ୟ ସେବା ମହାନିର୍ଦ୍ଦେଶକ କହିଛନ୍ତି ।