27.1 C
Bhubaneswar
Monday, July 8, 2024
Homeଦେଶ ବିଦେଶଇସ୍ରାଏଲ ଉପରେ ହିଜ୍‌ବୁଲ୍ଲାର ଘନ ଘନ ରକେଟ ମାଡ଼

ଇସ୍ରାଏଲ ଉପରେ ହିଜ୍‌ବୁଲ୍ଲାର ଘନ ଘନ ରକେଟ ମାଡ଼

ବେରୁଟ: ଆତଙ୍କବାଦୀ ସଂଗଠନ ହିଜବୁଲ୍ଲା, ପୁଣିଥରେ ଇସ୍ରାଏଲ ଉପରେ ଆକ୍ରମଣ କରିଛି । ରିପୋର୍ଟ ଅନୁସାରେ ହିଜବୁଲ୍ଲାର ଆତଙ୍କୀମାନେ, ଇସ୍ରାଏଲର ବିଭିନ୍ନ ସାମରିକ ଘାଟି ଉପରକୁ ୨୦୦ରୁ ଅଧିକ ରକେଟ୍ ମାଡ଼ କରିଛନ୍ତି । ନିଜେ ହିଜ୍‌ବୁଲ୍ଲା ସଂଗଠନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଇରାନ ସମର୍ôଥତ ଏହି ଆତଙ୍କବାଦୀ ସଂଗଠନର ଆକ୍ରମଣ ଲେବାନନ-ଇସ୍ରାଏଲ ସୀମାରେ ଦୀର୍ଘ ମାସ ଧରି ଚାଲିଥିବା ସଂଘର୍ଷ ମଧ୍ୟରେ ସବୁଠାରୁ ବଡ ଆକ୍ରମଣ ବୋଲି ବିବେଚନା କରାଯାଉଛି । ପ୍ରକାଶ, ଗତ କିଛି ସପ୍ତାହ ହେବ ଏହି ଅଞ୍ଚଳରେ ଉତ୍ତେଜନା ବଢ଼ିବାରେ ଲାଗିଛି । ଅନ୍ୟପକ୍ଷେ ହିଜବୁଲ୍ଲାର ଏହି ଆକ୍ରମଣ ପରେ ମଧ୍ୟପୂର୍ବରେ ଚାଲିଥିବା ଯୁଦ୍ଧର ପରିସର ଆହୁରି ବଢିଯାଇଛି । ଏବେ ଇସ୍ରାଏଲ ସେନା ଗାଜାରେ ଥିବା ହମାସ୍ ସହିତ ଲୋବାନନରେ ଥିବା ହିଜବୁଲ୍ଲା ଉପରେ ମଧ୍ୟ ପ୍ରଚଣ୍ଡ ଆକ୍ରମଣ କରିବାର ସମ୍ଭାବନା ରହିଛି । ସୂଚନାଯୋଗ୍ୟ ଯେ ଇସ୍ରାଏଲ ଓ ହମାସ ମଧ୍ୟରେ ଗତ ୯ ମାସ ହେଲା ଯୁଦ୍ଧ ଜାରି ରହିଛି । ଗତବର୍ଷ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହମାସର ଅତର୍କିତ ଆକ୍ରମଣ ପରେ ଇସ୍ରାଏଲ ସମଗ୍ର ଗାଜାକୁ ଏକ ଧ୍ୱଂସସ୍ତୁପରେ ପରିଣତ କରିଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking