16.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶହିଟ୍ ଏଣ୍ଡ୍ ରନ୍ ମାମଲା: ଅଭିଯୁକ୍ତ ଗିରଫ

ହିଟ୍ ଏଣ୍ଡ୍ ରନ୍ ମାମଲା: ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ ନଭେମ୍ବର ୨ ତାରିଖରେ ଘଟିଥିବା ହିଟ୍ ଏଣ୍ଡେ ରନ୍ ମାମଲାର ସମାଧାନ କରି ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ଘଟାଇଥିବା ସଡକ ଦୁର୍ଘଟଣାରେ ୩୫ ବର୍ଷୀୟ ବ୍ୟକ୍ତି ଜୀବନ ଯାଇଥିଲା। ମୃତକଙ୍କ ନାମ ରାଜେନ୍ଦ୍ର ଗୁପ୍ତା, ଯିଏ ଦିଲ୍ଲୀର କୃଷ୍ଣ ନଗରର ବାସିନ୍ଦା ଥିଲେ। ପୋଲିସ ଦେଇଥିବା ସୂଚନା ଅନୁଯାୟୀ, ପୋଲିସ ଦୁର୍ଘଟଣ ପରେ ରାସ୍ତାରେ ଥିବା ଅନେକ ସିସି କ୍ୟାମେରାର ଫୁଟେଜ୍ ଯାଞ୍ଚ କରିଥିଲା ଏବଂ ଦୁର୍ଘଟଣାରେ ଜଡିତ ଗାଡିକୁ ଚିହ୍ନଟ କରିବା ପାଇଁ ଘଟଣାସ୍ଥଳରେ ତଦନ୍ତ ଚଳାଇଥିଲାତଦନ୍ତ ପରେ ଉତ୍ତର ପ୍ରଦେଶରେ ପଞ୍ଜିକରଣ ଥିବା ଏକ କାରକୁ ହିଟ୍-ଏଣ୍ଡ-ରନ୍ ଘଟଣାରେ ଜଡିତ ଗାଡି ଭାବରେ ଚିହ୍ନଟ କରାଯାଇଥିଲା। ଗାଡ଼ି ମାଲିକାନା ବିବରଣୀ ପାଇବା ପରେ, ମୋଟର ଯାନ ଆଇନର ଧାରା ୧୩୩ ଅନୁଯାୟୀ ଆଗ୍ରାର ବାସିନ୍ଦା ୨୪ ବର୍ଷୀୟ ହର୍ଷିତ ମେହେଟାଙ୍କୁ ଏକ ନୋଟିସ୍ ଜାରି କରାଯାଇଥିଲା। ପୋଲିସର କହିବା ଅନୁଯାୟୀ, ଅଭିଯୁକ୍ତ ଜଣକ ଥାନାରେ ହାଜର ହୋଇ ତାଙ୍କର ସମ୍ପୃକ୍ତି ସ୍ୱୀକାର କରିଛି। ଅପରାଧରେ ଜଡିତ ଗାଡିଟିକୁ ମଧ୍ୟ ଜବତ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking