25.1 C
Bhubaneswar
Sunday, October 20, 2024
Homeଦେଶ ବିଦେଶକଂଗ୍ରେସର ଇତିହାସ ହେଉଛି ବିଭାଜନ କରି ରାଜୁତି କରିବା: ତେଜସ୍ବୀ ସୂର୍ଯ୍ୟା

କଂଗ୍ରେସର ଇତିହାସ ହେଉଛି ବିଭାଜନ କରି ରାଜୁତି କରିବା: ତେଜସ୍ବୀ ସୂର୍ଯ୍ୟା

ନୂଆଦିଲ୍ଲୀ : କଂଗ୍ରେସ ସାଂସଦ ଡିକେ ସୁରେଶ ଗୁରୁବାର ଉତ୍ତର ଏବଂ ଦକ୍ଷିଣ ଭାରତକୁ ନେଇ ଏୟ ବୟାନ ଦେଇଛନ୍ତି ଯାହାକୁ ନେଇ ବିବାଦ ଦେଖାଦେଇଛି । କର୍ଣ୍ଣାଟକର ଡେପୁଟି ସିଏମ୍ ଡିକେ ଶିବକୁମାରଙ୍କ ଭାଇ ଡିକେ ସୁରେଶ ଅଭିଯୋଗ ଲଗାଇଛନ୍ତି କି କର୍ଣ୍ଣାଟକକୁ କେନ୍ଦ୍ର ସରକାର ପର୍ଯ୍ୟାପ୍ତ ପଇସା ଦେଉନାହାଁନ୍ତି । ଏହି କାରଣରୁ ତାଙ୍କ ପାଖରେ ଦକ୍ଷିଣ ଭାରତକୁ ନେଇ ଅଲଗା ରାଜ୍ୟର ଦାବି କରିବା ବ୍ୟତୀତ ଅନ୍ୟ କୌଣସି ଉପାୟ ନାହିଁ । ଡିକେ ସୁରେଶଙ୍କ ଏହି ବୟାନ ପରେ ବିଜେପି କଂଗ୍ରେସକୁ କଟାକ୍ଷ କରିବା ଆରମ୍ଭ କରିଦେଇଛି ।

ଡିକେ ସୁରେଶଙ୍କ ଏହି ବୟାନରେ ବିଜେପି ସାଂସଦ ତେଜସ୍ବୀ ସୂର୍ଯ୍ୟା ଟାର୍ଗେଟ୍ କରିଛନ୍ତି । ସୂର୍ଯ୍ୟା କହିଛନ୍ତି କି କଂଗ୍ରେସର ଇତିହାସ ହେଉଛି ବିଭାଜନ କରି ରାଜୁତି କରିବା । ଡିକେ ସୁରେଶ ମଧ୍ୟ ଉତ୍ତର ଓ ଦକ୍ଷିଣ ଭାରତ ମଧ୍ୟରେ ବିଭାଜନ ଚାହୁଁଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ତେଜସ୍ବୀ ଲେଖିଛନ୍ତି କି ‘ଗୋଟେ ପଟେ ତାଙ୍କ ନେତା ରାହୁଲ ଗାନ୍ଧୀ ନିଜ ଭାରତ ଯୋଡୋ ଯାତ୍ରା ସହିତ ଦେଶକୁ ଏକଜୁଟ କରିବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ଅନ୍ୟପଟେ ଜଣେ ସାଂସଦ ଦେଶକୁ ଭାଙ୍ଗିବାକୁ ଲାଗିଛନ୍ତି । କିନ୍ତୁ କନ୍ନଡବାସୀ କେବେବି ଏମିତି ହେବାକୁ ଦେବେନି । ଆମେ ଲୋକସଭା ନିର୍ବାଚନରେ ଏହାର କଡା ଜବାବ ଦେବୁ ଏବଂ ସୁନିଶ୍ଚିତ କରିବୁ କି କଂଗ୍ରେସ ମୁକ୍ତ ଭାରତ ସଫଳ ହେଉ ।‘

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking