ଖୋର୍ଦ୍ଧା : ବିକଶିତ ଗାଁ ବିକଶିତ ଓଡିଶା କାଯ୍ୟକ୍ରମ ଖୋର୍ଦ୍ଧା ଜଙ୍କିଆରେ ମୁଖ୍ୟମନ୍ତ୍ରୀ ମୋହନମାଝୀ ଶୁଭାରମ୍ଭ କରିଛନ୍ତି । ଓଡିଶା ବିକାଶ ଦିଗରେ ଐତିହାସିକ ଦିନ । ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ସୂଚନା ଦେଇଛନ୍ତି । ଗ୍ରାମୀଣ ଓଡିଶାର ବିକାଶ ଦିଗରେ ଆଜିର ଦିନ ଐତିହାସିକ ଦିନ । ଅର୍ଥନୈତିକ , ସାମାଜିକ ସବୁ କ୍ଷେତ୍ରରେ ଗାଁ ଲୋକଙ୍କ ବିକାଶ ହେବ । ବିକଶିତ ଓଡିଶାର ମୁଳଦୂଆ ପକାଇବ । ବିକଶିତ ଗାଁ ବିକଶିତ ଓଡିଶା ଦ୍ୱାରା ଆଗକୁ ବଢିବା । ଓଡିଶାର ବିକାଶ ଧାରା ଆରମ୍ଭ ହୋଇଛି । ଗ୍ରାମୀଣ ଓଡିଶାର ମାନ ବୃଦ୍ଧି ଏ ଯୋଜନାର ଲକ୍ଷ୍ୟ ରହିଛି ।