32.1 C
Bhubaneswar
Monday, October 21, 2024
Homeମନୋରଞ୍ଜନବାପା ହେଲେ ଗୁରମିତ ଚୌଧୁରୀ

ବାପା ହେଲେ ଗୁରମିତ ଚୌଧୁରୀ

ନୂଆଦିଲ୍ଲୀ : ଗୁରୁମିତ ଚୌଧୁରୀ ଏବଂ ଦେବିନା ବାନାର୍ଜୀ ବାପା-ମା’ ହୋଇଛନ୍ତି। ନବରାତ୍ରୀ ଅବସରରେ ଉଭୟ ଏକ କନ୍ୟା ସନ୍ତାନର ବାପ-ମା’ ହୋଇଛନ୍ତି। ଗୁରୁମିତ ନିଜେ ପ୍ରଶଂସକଙ୍କ ସହ ଏହି ଖୁସି ଖବର ସେୟାର କରିଛନ୍ତି। ସେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ଗୁରୁମିତ ଦେବିନାଙ୍କ ହାତ ଧରିଛନ୍ତି ଏବଂ ଯେତେବେଳେ ଦେବିନା ତାଙ୍କ ହାତ ଖୋଲନ୍ତି, ସେତେବେଳେ ଝିଅର ଛୋଟ ହାତ ଦେଖାଯାଇଛି। ଏହି ଭିଡିଓଟି ଖୁବ୍ ସୁନ୍ଦର ହୋଇଛି।

ଭିଡିଓ ସେୟାର କରି ଗୁରୁମିତ ଲେଖିଛନ୍ତି, ‘କୃତଜ୍ଞତା ସହିତ ଆମେ ଆମର ବେବି ଗର୍ଲକୁ ଏହି ଦୁନିଆରେ ସ୍ୱାଗତ କରୁଛୁ … ୩-୪-୨୦୨୨, ଆପଣ ସମସ୍ତଙ୍କର ପ୍ରେମ ଏବଂ ଆଶୀର୍ବାଦ ପାଇଁ ଧନ୍ୟବାଦ।’ ଗୁରମିତଙ୍କ ଏହି ପୋଷ୍ଟରେ ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ସେଲିବ୍ରେଟ୍ ପର୍ଯ୍ୟନ୍ତ ସମସ୍ତେ ଅଭିନନ୍ଦନ ଜଣାଉଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking