29.1 C
Bhubaneswar
Monday, June 24, 2024
Homeଅପରାଧଭାଇବୋହୂର ଜୀବନ ନେଲା ଦେଢ଼ଶୂର

ଭାଇବୋହୂର ଜୀବନ ନେଲା ଦେଢ଼ଶୂର

ଭଦ୍ରକ : ଜମିବାଡ଼ି ବିବାଦକୁ ନେଇ ଘଟିଛି ହତ୍ୟାକାଣ୍ଡ । ଭଦ୍ରକ ଜିଲ୍ଲା ବାସୁଦେବପୁରର ପ୍ରବୋଧପୁର ପାରା ଗାଁରେ ଘଟିଛି ହତ୍ୟାକାଣ୍ଡ । ଦେଢ଼ଶୂରର ମାରାଣାସ୍ତ୍ରରେ ଭାଇବୋହୂର ମୃତ୍ୟୁ । ସୂଚନା ଅନୁସାରେ, ପାରା ଗାଁରେ ଦୁଇ ଭାଇ ରତିକାନ୍ତ ଓ ଶଶିକାନ୍ତଙ୍କ ମଧ୍ୟରେ ବହୁ ଦିନରୁ ଜମିବାଡ଼ିକୁ ନେଇ ବିବାଦ ଲାଗିରହିଥିଲା । ସାମାନ୍ୟ ଜମିବାଡ଼ି ପାଇଁ ଦେଢ଼ଶୂର ଭାଇବୋହୂର ଜୀବନ ନେଇଛି । ଜମିବାଡ଼ି ରାଗରୁ ଦେଢ଼ଶୂର ଭାଇବୋହୂ ଘରେ ଏକା ଥିବା ସମୟରେ ଆକ୍ରମଣ କରିଥିଲା । ତା ପରେ ସେ ବଡ଼ ପାଟି କରିବାରୁ ପଡୋଶୀ ମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆକ୍ରମଣ କରି ଦେଢ଼ଶୂର ଘଟଣାସ୍ଥଳରୁ ଚମ୍ପଟ ହୋଇଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ ନେବା ସମୟରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking