17.1 C
Bhubaneswar
Friday, February 13, 2026
Homeଓଡିଶାହିନ୍ଦୀ ଶିକ୍ଷା ସଂସ୍ଥାନ, ଓଡ଼ିଶାର ୧୨ତମ ବାର୍ଷିକ ସମାରୋହ ଅନୁଷ୍ଠିତ

ହିନ୍ଦୀ ଶିକ୍ଷା ସଂସ୍ଥାନ, ଓଡ଼ିଶାର ୧୨ତମ ବାର୍ଷିକ ସମାରୋହ ଅନୁଷ୍ଠିତ

ଯାଜପୁର : ଯାଜପୁର ରେ ହିନ୍ଦୀ ଶିକ୍ଷା ସଂସ୍ଥାନ ର ବିରଜାକ୍ଷେତ୍ର ର ୧୨ ତମ ବାର୍ଷିକ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସଂସ୍ଥାନର ସଭାପତି ଡ. ଅଜିତ୍ ପ୍ରସାଦ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍କୁଲ ରେ ଅନୁଷ୍ଠିତ ସଭାରେ ସଭାପତି ଡ. ଅଜିତ୍ ପ୍ରସାଦ ମହାପାତ୍ରଙ୍କ ସହ ମୁଖ୍ୟ ଅତିଥି ରୂପେ ଉତ୍ତର ପ୍ରଦେଶର ଆଗ୍ରାରୁ ଆସିଥିବା କେନ୍ଦ୍ରୀୟ ହିନ୍ଦି ସଂସ୍ଥାନ, ଭୁବନେଶ୍ୱର କେନ୍ଦ୍ରର ପ୍ରାକ୍ତନ କେନ୍ଦ୍ର ନିର୍ଦ୍ଦେଶକ ଡ. ସତ୍‌ବୀର ସିଂହ ତାଙ୍କର ସାହିତ୍ୟିକା ପତ୍ନୀ ଶଶିବାଳା ସିଂହ, ମୁଖ୍ୟ ବକ୍ତା ରୂପେ ଓଡ଼ିଶାର ବିଶିଷ୍ଠ ହିନ୍ଦୀ ସାହିତ୍ୟିକ, ଅନୁବାଦକ ତଥା ସେବାନିବୃତ ପ୍ରାଚାର୍ଯ୍ୟ ଡ. ଲକ୍ଷ୍ମୀଧର ଦାଶ, ଯାଜପୁରର ବରିଷ୍ଠ ପତ୍ରକାର ଅରୁଣ କୁମାର ରାଉତରାୟ, ଯାଜପୁରର ବିଶିଷ୍ଠ ଶିକ୍ଷାବିତ୍ ତଥା ପୂର୍ଣ୍ଣାନନ୍ଦ ମିଶ୍ର ପାଠାଗାରର ସଭାପତି କହ୍ନେଇ ଚରଣ ମହାନ୍ତି, ଯାଜପୁର ହିନ୍ଦୀ ଶିକ୍ଷକ ସଂଘର ସଭାପତି ପ୍ରଭାକର ସ୍ୱାଇଁ ,ସଂସ୍ଥାନର ସଂପାଦକ ଲେଖକ ତଥା ଅନୁବାଦକ ରବି ଶତପଥୀ ସଂସ୍ଥାନର୧୨ ବର୍ଷର କାର୍ଯ୍ୟଧାରା, ହିନ୍ଦୀ ଭାଷାର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ସଂସ୍ଥାନର ଭୂମିକା ସମ୍ବନ୍ଧୀୟ ଏକ ସଂକ୍ଷିକ୍ତ ବିବରଣୀ ପ୍ରଦାନ କରିଥିଲେ । ଏହି ଅବସରରେ ବିଭିନ୍ନ ପୁସ୍ତକ ଉନ୍ମୋଚନ ସହିତ ବିଭିନ୍ନ ବ୍ୟକ୍ତି ବିଶେଷ ଙ୍କୁ ସମ୍ମାନିତ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking