21.1 C
Bhubaneswar
Monday, November 18, 2024
Homeଦେଶ ବିଦେଶହିଜାବ ବିବାଦ: ତୁରନ୍ତ ଶୁଣାଣି ଦାବି

ହିଜାବ ବିବାଦ: ତୁରନ୍ତ ଶୁଣାଣି ଦାବି

କର୍ଣ୍ଣାଟକ: କର୍ଣ୍ଣାଟକରେ ଘଟିଥିବା ହିଜାବ ବିବାଦ ଥମିବାର ନାଁ ନେଉନି । ଏହି ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ତେବେ ଏହି ପିଟିସନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିବାକୁ ମନା କରି ଦେଇଛନ୍ତି । ଆମେ ଏହି ବିଷୟରେ ଆମେ ବିଚାର କରିବୁ ବୋଲି ପ୍ରଧାନ ବିଚାରପତି ରମଣା କହିଛନ୍ତି। ଓକିଲ ତଥା କଂଗ୍ରେସ ନେତା କପିଲ ସିବଲ ହିଜାବ ବିବାଦ ସମ୍ପର୍କରେ ସୁପ୍ରିମକୋର୍ଟରେ ଯୁକ୍ତି ବାଢି ତୁରନ୍ତ ଶୁଣାଣି କରିବାକୁ ଦାବି କରିଛନ୍ତି। ସେ କହିଛନ୍ତି ଯେ ଦୁଇମାସ ପରେ ପରୀକ୍ଷା ଅଛି। ଝିଅମାନଙ୍କୁ ବିଦ୍ୟାଳୟକୁ ଆସିବା ବନ୍ଦ କରାଯାଉଛି । ତିନିଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି। କୋର୍ଟ କହିଥିଲେ ଯେ ହାଇକୋର୍ଟରେ ଏହି ମାମଲାର ଶୁଣାଣି ଚାଲିଛି । ନିଷ୍ପତ୍ତିକୁ ଅପେକ୍ଷା କରାଯାଉ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking