27.1 C
Bhubaneswar
Sunday, September 29, 2024
Homeବିଜିନେସ୍୧୮ ମାସରେ ସର୍ବୋଚ୍ଚ ସ୍ତରରେ ମୁଦ୍ରାସ୍ଫୀତି: ରିପୋର୍ଟ

୧୮ ମାସରେ ସର୍ବୋଚ୍ଚ ସ୍ତରରେ ମୁଦ୍ରାସ୍ଫୀତି: ରିପୋର୍ଟ

ନୂଆଦିଲ୍ଲୀ : ଭାରତର ଆର୍ଥିକ ସ୍ଥିତି ଦିନକୁ ଦିନ ସଙ୍କଟ ମଧ୍ୟକୁ ଠେଲି ହୋଇ ଯିବାରେ ଲାଗିଛି । କ୍ରମାଗତ ୪ର୍ଥ ମାସ ପାଇଁ ଭାରତର ମୁଦ୍ରାସ୍ଫୀତି ବୃଦ୍ଧି ପାଇବାକୁ ଯାଉଥିବା ନେଇ ଏକ ଆକଳନ କରାଯାଇଛି । ରଏଟର୍ସ ପକ୍ଷରୁ କରାଯାଇଥିବା ଏକ ସର୍ବେକ୍ଷଣ ଅନୁସାରେ ଭାରତର ମାନ୍ଦାବସ୍ଥା ୧୮ ବର୍ଷର ରେକର୍ଡ ଭାଙ୍ଗିବ । ସର୍ବେକ୍ଷଣ ରିପୋର୍ଟ ଅନୁସାରେ ଏପ୍ରିଲ ମାସରେ ମୁଦ୍ରାସ୍ଫୀତି ୭.୫ ପ୍ରତିଶତ ରହିବା ସହିତ ସମସ୍ତ ରେକର୍ଡ ଭାଙ୍ଗିବ । ଖାଦ୍ୟ ପଦାର୍ଥର ମୂଲ୍ୟ ବୃଦ୍ଧି କାରଣରୁ ମୁଦ୍ରାସ୍ଫୀତି ବୃଦ୍ଧି ପାଇବ ବୋଲି ପୂର୍ବରୁ ଆକଳନ କରାଯାଉଥିଲା। ରୁଷ୍‌-ୟୁକ୍ରେନ୍ ଯୁଦ୍ଧ କାରଣରୁ ସମଗ୍ର ବିଶ୍ୱର ତୈଳଦର ହୁହୁ ବଢି ଚାଲିଥିବା ବେଳେ ନିର୍ବାଚନ କାରଣରୁ ଭାରତ ସରକାର କିନ୍ତୁ ତେଲ ରେଟ୍ ବଢାଉନଥିଲେ । ନିର୍ବାଚନ ସରିବା ପରେ ହଠାତ ୧୦ ଟଙ୍କାରୁ ଅଧିକ ମହଙ୍ଗା ହୋଇ ଯାଇଥିଲା ତେଲ ।

ଏହି କାରଣରୁ ମାର୍ଚ୍ଚ ମାସରେ ମୁଦ୍ରାସ୍ଫୀତି ଆରବିଆଇର ଆକଳନ ଠାରୁ ଉଚ୍ଚରେ ରହିଥିଲା । ସମାନ କାରଣରୁ ଏପ୍ରିଲ୍ ମାସର ମୁଦ୍ରାସ୍ଫୀତି ମଧ୍ୟ ପ୍ରଭାବିତ ହେବ । ଅର୍ଥନୀତିଜ୍ଞ ମାନେ ଏପ୍ରିଲ୍ ମାସରେ ପୁଣି ଥରେ ଆର୍‌ବିଆଇ ଆକଳନ ପାର ହୋଇଯିବ ବୋଲି ପୂର୍ବାନୂମାନ କରିଥିଲେ । ଆର୍‌ବିଆଇ ପକ୍ଷରୁ ଏହି ମାନ୍ଦାବସ୍ଥା ସର୍ବାଧିକ ୬ ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି ମାତ୍ର ଅନ୍ୟ ସ୍ୱାୟତ୍ତ ସଂସ୍ଥା ମାନଙ୍କ ପକ୍ଷରୁ କରାଯାଇଥିବା ରିସର୍ଚ୍ଚ ଅନୁଯାୟୀ ଏହା ଅନ୍ୟୁନ ୭ ପ୍ରତିଶତ ଅତିକ୍ରମ କରିବ । ରୁଷ୍ ୟୁକ୍ରେନ୍ ଯୁଦ୍ଧ ପାଇଁ ଖାଦ୍ୟ ଶୃଙ୍ଖଳ ପ୍ରଭାବିତ ହୋଇଛି ଯେଉଁ କାରଣ ପାଇଁ ପରସ୍ଥିତି ଅଧିକ ଖରାପ ହେବ ।

ରଏଟର୍ସ ପକ୍ଷରୁ ୪୫ ଜଣ ଅର୍ଥନୀତିଜ୍ଞଙ୍କୁ ନେଇ ଏହି ସର୍ବେକ୍ଷଣ କରାଯାଇଥିଲା । ମେ୫ରୁ ୯ ତାରିଖ ମଧ୍ୟରେ କରାଯାଇଥିବା ରିପୋର୍ଟ ମୁଦ୍ରାସ୍ଫୀତି ୬.୯୫ ପ୍ରତିଶତକୁ ଅତିକ୍ରମ କରିବା ସହିତ ଏହା ୭.୦୦ରୁ ୭.୮୫ ମଧ୍ୟରେ ରହିବ । ଉଲ୍ଲେଖଯୋଗ୍ୟ ଯେ, ୨୦୨୨ ଅକ୍ଟୋବର ପର୍ଯ୍ୟନ୍ତ ଆର୍‌ବିଆଇ ପକ୍ଷରୁ ମୁଦ୍ରାସ୍ଫୀତିର ଅପର ଲିମିଟ୍ ୬.୦୦ ପ୍ରତିଶତ ଧାର୍ଯ୍ୟ କରାଯାଇଛି । ବିଶ୍ୱର ତୃତୀୟ ବୃହତ୍ତର ତୈଳ ଆମଦାନୀକାରୀ ରାଷ୍ଟ୍ର ଅଟେ । ବିଶ୍ୱ ବଜାରରେ ତୈଳଦର ବୃଦ୍ଧି ସମସ୍ୟା ନିୟନ୍ତ୍ରଣକୁ ନ ଆସିବା ପର୍ଯ୍ୟନ୍ତ ଭାରତରେ ମୁଦ୍ରାସ୍ଫୀତି ଅଧିକ ରହିବ ବୋଲି କ୍ୟାପିଟାଲ ଇକୋନୋମିକ୍ସ ପକ୍ଷରୁ କୁହାଯାଇଛି । ଭାରତରେ ପାଇକାରୀ ମୁଦ୍ରାସ୍ଫୀତି ସମାନ ସମୟରେ ୧୪.୪୮ ପ୍ରତିଶତ ରହିବ । କ୍ରମାଗତ ୮ମ ବର୍ଷ ପାଇଁ ହୋଲସେଲ୍ ମୁଦ୍ରାସ୍ଫୀତି ଦୁଇ ଅଙ୍କରେ ରହିଛି । ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ ଚଳିତ ମାସରେ ଆର୍‌ବିଆଇ ପକ୍ଷରୁ ଅଚାନକ ରେପୋ ରେଟ୍ ୦.୪୦ ବେସିସ୍ ପଏଣ୍ଟକୁ ବଢାଇ ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking