21.1 C
Bhubaneswar
Sunday, November 24, 2024
Homeଓଡିଶାଗୋ ଚାଲାଣ ମାମଲାରେ ହାଇକୋର୍ଟଙ୍କ ରାୟ

ଗୋ ଚାଲାଣ ମାମଲାରେ ହାଇକୋର୍ଟଙ୍କ ରାୟ

ଭୁବନେଶ୍ୱର : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବେଆଇନ ଗୋ ଚାଲାଣ । ଏନେଇ ବହୁବାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦାବି ରଖାଯାଇଥିଲା । ତେବେ ଏହାକୁ ଆଖି ଆଗରେ ରଖି ହାଇକୋର୍ଟଙ୍କ ବଡ଼ ନିଷ୍ପତି । ବେଆଇନ ଗୋ ଚାଲାଣ ଗାଡ଼ି ଜବତ ହେଲେ ଗାଡ଼ି ମାଲିକ ଦେବେ ଗୋ ପାଳନର ସମସ୍ତ ଖର୍ଚ୍ଚ । ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ବେଆଇନ ଗୋ ଚାଲାଣ । ଯାହାକୁ ନେଇ ମଧ୍ୟ ରାଜ୍ୟରେ ଦେଖାଦେଇଥିଲା ଜନ ଅସନ୍ତୋଷ । ରାଜ୍ୟରେ ବେଆଇନ ଗୋ-ଚାଲାଣକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ମାନ୍ୟବର ହାଇକୋର୍ଟ ନେଇଛନ୍ତି ବଡ଼ ନିଷ୍ପତି । ହାଇକୋର୍ଟଙ୍କ ନିଷ୍ପତି କ୍ରମେ ବେଆଇନ ଗୋଚାଲଣ ମାମଲାରେ ଜବତ ହେଉଥିବା ଗାଈର ମାଲିକ ଉଦ୍ଧାର ଗ।।ଈଗୋରୁଙ୍କ ଦୈନିକ ଖର୍ଚ୍ଚ ବାବଦକୁ ଅର୍ଥ ଦେବେ ।

ଏନେଇ ଆବଶ୍ୟକ ଅର୍ଥ ନଦେବା ପର୍ଯ୍ୟନ୍ତ ସଂପୃକ୍ତ ଗାଡ଼ିକୁ ଜବତ କରି ରଖାଯିବ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି । ଖଣ୍ଡପଡ଼ା ଥାନା ଅଧିନରେ ଜବତ ଏକ ଗୁଡ଼ିକ ରିଲିଜ କରିବା ନେଇ ଜୀବ ବିକାଶ ପରିଷଦ ପକ୍ଷରୁ ରୁଜୁ ମାମଲାରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଖଣ୍ଡପଡ଼ା ପୋଲିସ ୨୦୨୦ ରେ ଜୁନ ୨୬ ରେ ଗୋ ଚାଲଣ କରୁଥିବା ୮ଟି ଗାଡ଼ିକୁ ଜବତ କରିଥିଲା । ସମସ୍ତ ଗାଡ଼ିକୁ ପୋଲିସ ଜବତ କରିବା ସହ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking