30.1 C
Bhubaneswar
Friday, September 20, 2024
Homeଓଡିଶାରାଜ୍ୟ ସମବାୟ ବ୍ୟାଙ୍କ ଏମ୍‌ଡିଙ୍କ ନିଯୁକ୍ତି ଉପରେ ହାଇକୋର୍ଟଙ୍କ ରହିତାଦେଶ

ରାଜ୍ୟ ସମବାୟ ବ୍ୟାଙ୍କ ଏମ୍‌ଡିଙ୍କ ନିଯୁକ୍ତି ଉପରେ ହାଇକୋର୍ଟଙ୍କ ରହିତାଦେଶ

କଟକ: ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ପଦରେ ଅବସରପ୍ରାପ୍ତ ପ୍ରଶାସକ ଗୋପବନ୍ଧୁ ଶତପଥୀଙ୍କ ପୁନର୍ନିଯୁକ୍ତି ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଦେଇଛନ୍ତି । ମୁଖ୍ୟ ବିଚାରପତି ଡକ୍ଟର ଏସ୍‌. ମୁରଲୀଧର ଓ ବିଚାରପତି ମୁରାହରି ଶ୍ରୀରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶଦେବା ସହିତ ତୁରନ୍ତ ନିଜ ଦାୟିତ୍ୱ ସମବାୟ ନିବନ୍ଧକଙ୍କୁ ହସ୍ତାନ୍ତର କରିବାକୁ ଆଦେଶରେ ସ୍ପଷ୍ଟ କରିଛନ୍ତି । ଏଥିସହ ରାଜ୍ୟ ସରକାର, ସମବାୟ ବ୍ୟାଙ୍କ ସମେତ ଅନ୍ୟମାନଙ୍କୁ ଜବାବ ଦେବାକୁ ନୋଟିସ୍ ଜାରି କରିଥିଲାବେଳେ ମାମଲାର ପରବର୍ତ୍ତି ଶୁଣାଣି ପାଇଁ ଏପ୍ରିଲ ୬ ତାରିଖକୁ ଦିନଧାର୍ଯ୍ୟ କରିଛନ୍ତି ।

୨୦୨୨ ମସିହାରେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ ଗୋପବନ୍ଧୁ ଶତପଥୀ ଅବସର ଗ୍ରହଣ କରିଥିଲେ । ଅବସର ପରେ ରାଜ୍ୟ ସରକାର ତାଙ୍କୁ ସେହି ପଦରେ ପୁନଃ ଅବସ୍ଥାପିତ କରିଥିଲେ । ଏହାକୁ ବିରୋଧ କରି ଆବେଦନକାରୀ ବେଣୁମାଧବ ତ୍ରିପାଠୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାମଲାର ବିଚାରକରି ଗତ ଜାନୁଆରୀ ୨୫ ତାରିଖରେ ତାଙ୍କ ପୁନର୍ନିଯୁକ୍ତିକୁ ଅଦାଲତ ରଦ୍ଦ କରିଦେଇଥିଲେ । ସମବାୟ ଆଇନର ଉଲ୍ଲଙ୍ଘନ କରିବା ସହ ରିଜର୍ଭ ବ୍ୟାଙ୍କର ଅନୁମତି ନଥିବା ଦର୍ଶାଇ ହାଇକୋର୍ଟ ଏହାକୁ ରଦ୍ଦ କରିଥିଲେ । ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରି ସେହଦିନ ତାଙ୍କୁ ପୁନର୍ନିଯୁକ୍ତି ଦେବାକୁ ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରିଥିଲେ । ଏହାକୁ ବିରୋଧ କରି ବେଣୁମାଧବ ପୁନର୍ବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପିକେ ରଥ ମାମଲା ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking