26.1 C
Bhubaneswar
Saturday, March 15, 2025
Homeଓଡିଶାକନେଷ୍ଟବଳ ନିଯୁକ୍ତି ପ୍ରକ୍ରିୟାରେ ଅଙ୍କୁଶ ଲଗାଇଲେ ହାଇକୋର୍ଟ

କନେଷ୍ଟବଳ ନିଯୁକ୍ତି ପ୍ରକ୍ରିୟାରେ ଅଙ୍କୁଶ ଲଗାଇଲେ ହାଇକୋର୍ଟ

କଟକ: ସିପାହୀ/କନେଷ୍ଟବଳ ପଦ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟାରେ ଅଙ୍କୁଶ ଲଗାଇଲେ ହାଇକୋର୍ଟ । ୨୦୨୪, ସେପ୍ଟେମ୍ବର ୨୨ର ନିଯୁକ୍ତି ବିଜ୍ଞପ୍ତି ଆଧାରରେ କୌଣସି ପ୍ରକାର ନିଯୁକ୍ତି ପ୍ରକ୍ରିୟା କରାଯିବ ନାହିଁ ବୋଲି କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି । ଆସନ୍ତା ମାର୍ଚ୍ଚ ୨୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ସେ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କହିଛନ୍ତି। ଏହି ସଂପର୍କିତ ମାମଲାର ଶୁଣାଣି ସମୟରେ କୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ପରବର୍ତ୍ତୀ ଶୁଣାଣି ସମୟରେ ପ୍ରତିପକ୍ଷ ଯୁକ୍ତି ରଖିବେ । ପ୍ରାର୍ଥୀଙ୍କ ସର୍ବାଧିକ ବୟସସୀମା ୬ ବର୍ଷ କୋହଳ ପାଇଁ ଜଣିକିଆ ବିଚାରପତି ଗତ ୨୦୨୪, ଡିସେମ୍ବର ୫ର ରାୟ ପ୍ରଦାନ କରିଥିଲେ । ଏହା ବିରୋଧରେ ରାଜ୍ୟ ସରକାର ଦାୟର କରିଥିବା ରିଟ୍ ଅପିଲର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ଅରିନ୍ଦମ ସିହ୍ନା ଓ ଜଷ୍ଟିସ ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking