ବ୍ରହ୍ମପୁର: ବ୍ରହ୍ମପୁର ବହୁ ଚର୍ଚ୍ଚିତ ତପସ୍ୱିନୀ-ସୁମିତ ବିବାଦ ମାମଲାରେ ଭରଣପୋଷଣ ନେଇ ତଳକୋର୍ଟଙ୍କ ରାୟ କାଏମ ରଖିଛନ୍ତି ହାଇକୋର୍ଟ । ପ୍ରତି ମାସ ୧୦ରେ ମାସିକ ଭରଣପୋଷଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଫେବୃୟାରୀ ୧୫ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନଧାର୍ଯ୍ୟ ହୋଇଛି । ପ୍ରତିମାସ ୧୦ ତାରିଖ ସୁଦ୍ଧା ୧୭ ହଜାର ଟଙ୍କା ପ୍ରଦାନ ନିର୍ଦ୍ଦେଶ ଥିଲା । ତପସ୍ୱିନୀଙ୍କୁ ମାସିକ ୧୭ ହଜାର ଟଙ୍କା ପ୍ରଦାନ ପାଇଁ ସୁମିତଙ୍କୁ ନିର୍ଦ୍ଦେଶ ଥିଲା । ତଳ କୋର୍ଟଙ୍କ ରାୟକୁ ଚାଲେଂଜ କରି ହାଇକୋର୍ଟ ଯାଇଥିଲେ ସୁମିତ ।
ସୂଚନାଯୋଗ୍ୟ , ଗତ ୨୦ ତାରିଖ ରାତିରେ ୩୦ରୁ ଅଧିକ ମହିଳା ସୁମିତଙ୍କ ବ୍ରହ୍ମାନଗର ଘର ଗେଟ ଭାଙ୍ଗି ତପସ୍ୱିନୀଙ୍କୁ ନେଇ ଘରେ ପଶିଥିଲେ । ଏନେଇ ବୈଦନାଥ ପୁର ଥାନାରେ ସୁମିତଙ୍କ ବାପା ଏଫଆଇଆର ଦାୟର କରିଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ହେଲାନାହିଁ । ପୋଲିସର ନିଷ୍କ୍ରିୟତା ଏବଂ ପରିବାର ସୁରକ୍ଷା ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ସୁମିତ ।
ଏନେଇ ସୁମିତ ତାଙ୍କର ପ୍ରତିକ୍ରିୟା ମଧ୍ୟ ରଖିଥିଲେ । ସମୟ ବଳବାନ ଆଗକୁ କଣ ହେବ କହି ହେବନି । ରିୟୁନିୟନ ବି ହୋଇପାରେ । ତା ମାନେ ନୁହଁ ଘର ଭିତର କଥା ଆଣି ଡ୍ରାମା ସୃଷ୍ଟି କରିବା । ଏ ସବୁ ଘଟଣା ମୋ ମାନସିକ ସ୍ଥିତି ଉପରେ ଗଭୀର ପ୍ରଭାବ ପକାଉଛି ବୋଲି ସୁମିତ କହିଥିଲେ । ମୋ ମାନସିକ ସ୍ଥିତି ଠିକ୍ ନାହିଁ ମୁଁ ଛୁଟିରେ ଅଛି ବୋଲି ସୁମିତ କହିଥିଲେ ।