26.1 C
Bhubaneswar
Sunday, November 24, 2024
Homeଓଡିଶାଯାଜପୁର ନିର୍ବାଚନୀ ମାମଲା ସାଂସଦଙ୍କୁ ହାଇକୋର୍ଟ ନୋଟିସ୍

ଯାଜପୁର ନିର୍ବାଚନୀ ମାମଲା ସାଂସଦଙ୍କୁ ହାଇକୋର୍ଟ ନୋଟିସ୍

କଟକ:  ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରାଙ୍କୁ ମଙ୍ଗଳବାର ନୋଟିସ୍ ଜାରି କରିଛନ୍ତି ହାଇକୋର୍ଟ । ତାଙ୍କ ବିରୋଧରେ ଆଗତ ନିର୍ବାଚନୀ ଅନିୟମିତତା ମାମଲାକୁ ବିଚାର ପାଇଁ ଗ୍ରହଣ କରି ହାଇକୋର୍ଟ ଜବାବ ଦାଖଲ ନିମନ୍ତେ ଆଦେଶ ଦେଇଛନ୍ତି । ଆସନ୍ତା ସେପ୍ଟେମ୍ବର ୧୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି । ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ଦଳୀୟ ଟିକଟରେ ସାଂସଦ ପ୍ରାର୍ଥୀ ଭାବେ ଯାଜପୁର ଲୋକସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ  ସାଂସଦ ଶ୍ରୀ ବେହେରା ପ୍ରାର୍ଥିପତ୍ର ଦାଖଲ କରିଥିଲେ । ପ୍ରାର୍ଥିପତ୍ର ଦାଖଲ ବେଳେ ସେ ଦେଇଥିବା ସତ୍ୟପାଠରେ ସମ୍ପତ୍ତି ତାଲିକା ଆଦିର ତଥ୍ୟ ଠିକ ଭାବେ ଦର୍ଶାଇନାହାନ୍ତି । ସେ ଏପରି ଅନିୟମିତତା କରିଥିବା ହେତୁ ତାଙ୍କ ବିଜୟକୁ ଅସିଦ୍ଧ ଘୋଷଣା କରିବା ନେଇ ହାଇକୋର୍ଟରେ ପିଟିସନ୍ ଦାୟର ହୋଇଛି । ପରାଜିତ ବିଜେଡି ପ୍ରାର୍ଥୀ ଶର୍ମିଷ୍ଠା ସେଠୀ ହାଇକୋର୍ଟରେ ପିଟିସନ୍ ଦାୟର କରି ଶ୍ରୀ ବେହେରା ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ନେଇ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking