ଚେନ୍ନାଇ: ମାଡ୍ରାସ୍ ହାଇକୋର୍ଟରୁ ସବୁତ ସଙ୍କେତ ମିଳିପା ପରେ ଇ. ପଲାନୀସ୍ୱାମୀ ମଙ୍ଗଳବାର ଏଆଇଏଡିଏମ୍କେ ସମ୍ପାଦକ ଦାୟିତ୍ୱ ସମ୍ଭାଳିଛନ୍ତି । ଏହା ସହିତ ଏବେ ପାର୍ଟି ଉପରେ ତାଙ୍କ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହୋଇଯାଇଛି । ଗତବର୍ଷ ଜୁଲାଇ ୧୧ରେ ଏଆଇଏଡିଏମ୍କେର ସାଧାରଣ ପରିଷଦର ପ୍ରସ୍ତାବ ବିରୋଧରେ ପାର୍ଟି ନେତା ଓ. ପନିରସେଲ୍ଭମ୍ ଏବଂ ତାଙ୍କ ସମର୍ଥକଙ୍କ ପକ୍ଷରୁ କରାଯାଇଥିବା ପିଟିସନ୍କୁ ବୁଧବାର ମାଡ୍ରାସ ହାଇକୋର୍ଟ ଖାରଜ କରିଦେଇଛନ୍ତି । ଏହି ପ୍ରସ୍ତାବରେ ପନିରସେଲ୍ଭମ୍ ଏବଂ ତାଙ୍କ ସମର୍ଥକମାନଙ୍କୁ ପାର୍ଟିର ନିଷ୍ପାସନ କରାଯିବା ସାମିଲ ଥିଲା । ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ସମ୍ପନ୍ଧିତ ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀ ପାର୍ଟି କାର୍ଯ୍ୟାଳୟରେ ୬୮ ବର୍ଷୀୟ ଅନ୍ତରୀଣ ସାଧାରଣ ସମ୍ପାଦକଙ୍କୁ ସର୍ବସମ୍ମତ୍ତିକ୍ରମେ ପାର୍ଟିର ଶୀର୍ଷ ପଦରେ ପୁନଃନିର୍ବାଚିତ ଘୋଷଣା କରିଥିଲେ । ପୂର୍ବତନ ମୁଖ୍ୟନ୍ତ୍ରୀ ପଲାନୀସ୍ୱାମୀ ଏହି ପଦୋନ୍ନତି ପାଇଁ ନିଜର ସମର୍ଥକଙ୍କୁ କୃତଜ୍ଞତା ଜଣାଇଛନ୍ତି ।