26.1 C
Bhubaneswar
Tuesday, September 17, 2024
Homeଓଡିଶାଆସାମରୁ ୩ କୋଟିର ହିରୋଇନ୍ ଜବତ, ଦୁଇ ଗିରଫ

ଆସାମରୁ ୩ କୋଟିର ହିରୋଇନ୍ ଜବତ, ଦୁଇ ଗିରଫ

ଗୁଆହାଟୀ: ଆସାମର କାର୍ବି ଅଙ୍ଗଲଙ୍ଗ୍ ଜିଲ୍ଲାରୁ ରାଜ୍ୟ ପୁଲିସ ୩ କୋଟି ଟଙ୍କାର ହେରୋଇନ୍ ଜବତ କରିବା ସହିତ ଦୁଇଜଣଙ୍କୁ ଗିରଫ କରିଛି । ବିପୁଳ ପରିମାଣର ଡ୍ରଗ୍ସ ଏକ ଗାଡ଼ିରେ ପରିବହନ କରାଯାଉଥିବା ସୂଚନା ଆଧାରରେ କାର୍ବି ଅଙ୍ଗଲାଙ୍ଗ୍ ଜିଲ୍ଲା ପୁଲିସ ଓ ସିଆର୍‌ପିଏ୍ ମିଳିତ ଅଭିଯାନ ଚଳାଇ ବୋକାଜାନ୍ ନିକଟ ଲାହୋରିଜାନ୍ ଅଞ୍ଚଳରେ ଏକ ଗାଡ଼ିକୁ ଅଟକାଇଥିଲେ ।

ଗାଡ଼ିର ତଲାସୀ ନେବାପେରେ ୪୫ଟି ସାବୁନ୍ ପ୍ୟାକେଟ୍‌ରେ ୫୨୯.୩୬ ଗ୍ରାମ୍ ହେରୋଇନ୍ ପାଇଥିଲେ । ଏହି ପ୍ୟାକେଟ୍‌ଗୁଡ଼ିକୁ ଗାଡ଼ିରେ ରଖାଯାଇଥିବା ଟାୟାର୍‌ରେ ଲୁଚାଇ ନିଆଯାଉଥିଲା । ଜବତ ହେରୋଇନ୍‌ର ଅନ୍ତର୍ଜାତୀୟ ବଜାର ମୂଲ୍ୟ ପ୍ରାୟ ୩ କୋଟି ଟଙ୍କା ହେବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking