ଆଇଜଲ : ମିଜୋରାମ ପୁଲିସ ଓ ଆସାମ ରାଇଫଲ୍ସର ମିଳିତ ବାହିନୀ ଶନିବାର ଚମ୍ପାଇ ଜିଲ୍ଲାରୁ ୫ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୮ କୋଟି ଟଙ୍କାର ହେରୋଇନ ଓ ନଗଦ ୧.୨୧ କୋଟି ଟଙ୍କା ଜବତ କରିଛି । ଅଭିଯୁକ୍ତମାନେ ମିଆଁମାର ନାଗରିକ ବୋଲି ଜଣାପଡିଛି ।
ଗତ ମଙ୍ଗଳବାର ମିଜୋରାମରେ ବିଧାନସଭା ନିର୍ବାଚନ ପାଇଁ ଭୋଟଗ୍ରହଣ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ପରିପ୍ରେକ୍ଷୀରେ ଟଙ୍କା, ସୁନାରୁପା ଏବଂ ମାଦକଦ୍ରବ୍ୟ ଚୋରାଚାଲାଣ ଉପରେ ନଜର ରଖିବାକୁ କମ୍ବିଂ ଅପରେସନ ଚାଲିଥିବାବେଳେ ଏହି ଅଭିଯୁକ୍ତମାନେ ଧରାପଡିଥିବା କୁହାଯାଇଛି ।