ଲଣ୍ଡନ: ଜଣେ ମହିଳା ନିଜର ପିଲାବେଳ ଏବଂ ତାଙ୍କ ବାପା-ମାଙ୍କ ଅମଣିଷ ପଣିଆ ସମ୍ପର୍କରେ ସାରା ବିଶ୍ବ ନିକଟରେ କହିଛନ୍ତି। ମହିଳା ଜଣକ କହିଛନ୍ତି, ପିଲାବେଳେ ତାଙ୍କୁ ଯେତେବେଳେ ମାତ୍ର ୯ ବର୍ଷ ହୋଇଥିଲା ତାଙ୍କ ବାପା ତାଙ୍କୁ ଦୁଷ୍କର୍ମ କରିଥିଲେ। ଏହାପରେ ଲଗାତାର ଭାବରେ ୭ ବର୍ଷ ପର୍ୟ୍ୟନ୍ତ ଏଭଳି ଚାଲିଥିଲା। ଏପରିକି ତା ଭିତରେ ସେ ୩ ଥର ଗର୍ଭବତୀ ହୋଇଥିଲେ। ସେ ଯେତେବେଳେ ତାଙ୍କ ମା’ଙ୍କୁ ଏ ବିଷୟରେ ପ୍ରଥମେ ଜଣାଇଥିଲେ ସେ ମଧ୍ୟ ତାଙ୍କୁ ମା’ କିଛି କହୁନଥିଲେ। ବଂର କେବଳ ହସି ଦେଉଥିଲେ। ଏହି ମହିଳା ଜଣଙ୍କୁ ଏବେ ୨୮ ବର୍ଷ ହୋଇଥିବା ବେଳେ ସେ ଇଂଲଣ୍ଡରେ ରୁହନ୍ତି। ତେବେ ସେ କହିଛନ୍ତି, ତାଙ୍କୁ ଦୁଷ୍କର୍ମ କରୁଥିବା ବ୍ୟକ୍ତିଜଣକ ତାଙ୍କ ନିଜ ବାପା ନୁହେଁ ବଂର ସାବତ ବାପା ଥିଲେ।
ତାଙ୍କୁ ମାତ୍ର ୪ ବର୍ଷ ହୋଇଥିବା ସମୟରେ ତାଙ୍କ ନିଜ ବାପା ବାପାଙ୍କର ହୋଇଥିଲା। ଏହାପରେ ତାଙ୍କ ମା’ ମେରି ଲୁଇଜାଙ୍କର ଏନିକା ଏଣ୍ଡ୍ରିୟୁ ନାମକ ଜଣେ ବ୍ୟକ୍ତିଙ୍କ ସହ ଡେଟିଂ କରିଥିଲେ। ଏପରିକି ସେ ତାଙ୍କ ମା’ଙ୍କୁ ବିବାହ ନକରିବା ପୂର୍ବରୁ ତାଙ୍କୁ ପ୍ରଥମେ ଦୁଷ୍କର୍ମ କରିଥିଲେ। ବାରମ୍ବାର ଗର୍ଭବତୀ ଏବଂ ଗର୍ଭପାତ ତାଙ୍କୁ କରାଯାଉଥିଲା। ତାଙ୍କୁ ଦୁଷ୍କର୍ମ କରିବା ସମୟରେ ତାଙ୍କ ମା’ ଆଉ ଏକ ରୁମରେ ଶୋଉଥିଲେ। ୨୦୧୭ରେ ରୋଚିଲିଙ୍କୁ ଚାକିରି ମିଳିବା ପରେ ସେ ଘରୁ ପଳାଇଥିଲେ। ଏହାପରେ ସେ ତାଙ୍କ ସାବତ ବାପା ଏବଂ ମା ସହିତ କଥା ହୋଇନାହାନ୍ତି କିମ୍ବା କେବେ ଯିବାକୁ ଚେଷ୍ଟା କରିନଥିଲେ।
ରଚେଲ ଯେତେବେଳେ ନିଜର ବୟଫ୍ରେଣ୍ଡଙ୍କୁ ନିଜ ଜୀବନର ଭୟାନକ ଘଟଣା କହିଥିଲେ ତାଙ୍କର ପାର୍ଟନର ଦୁହିଁଙ୍କ ବିରୋଧରେ ପୋଲିସ ନିକଟରେ ମାମଲା ରୁଜୁ କରିଥିଲେ। ଏହି ବର୍ଷ ୪୪ ବର୍ଷୀୟ ଏନିକୋ ଓ ତାଙ୍କ ପତ୍ନୀ ଏସିବରୀ କୋର୍ଟ ଦୁଷ୍କର୍ମ ଏବଂ ନିର୍ୟ୍ୟାତନା ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ଆଣ୍ଡ୍ରିୟୁଙ୍କୁ ୨୦ ବର୍ଷ ଜେଲ ଓ ତାଙ୍କ ମା’କୁ ୫ ବର୍ଷ ଜେଲ ହୋଇଛି।