32.1 C
Bhubaneswar
Tuesday, October 22, 2024
Homeଦେଶ ବିଦେଶ୫ ଦିନିଆ ଇଡି ରିମାଣ୍ଡରେ ହେମନ୍ତ ସୋରେନ୍‌

୫ ଦିନିଆ ଇଡି ରିମାଣ୍ଡରେ ହେମନ୍ତ ସୋରେନ୍‌

ରାଞ୍ଚି : ଅର୍ଥ ହେରଫେର ମାମଲାରେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ଇଡି କୃର୍ତ୍ତପକ୍ଷ ୮ଘଣ୍ଟା ଜେରା କରିବା ପରେ ବୁଧବାର ଗିରଫ କରିଥିଲେ । ପରେ ଇଡି ତାଙ୍କୁ କୋର୍ଟରେ ହାଜର କରାଇ ଜେରା କରିବା ପାଇଁ ୧୦ଦିନର ରିମାଣ୍ଡ ଅବଧି ଦାବି କରିଥିଲା । କିନ୍ତୁ କୋର୍ଟ ଇଡିକୁ ମାତ୍ର ୫ଦିନ ପାଇଁ ହେମନ୍ତଙ୍କୁ ରିମାଣ୍ଡରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷେ ଇଡି ବିରୋଧରେ ଏସସି/ ଏସ୍‌ଟି ଆଇନ୍ ଅନ୍ତର୍ଗତ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ସତ୍ତ୍ୱେ ହେମନ୍ତଙ୍କୁ ଆଶ୍ୱସ୍ତ ମିଳିପାରିନାହିଁ ।

ସୁପ୍ରିମକୋର୍ଟ କହିଛନ୍ତି, ହେମନ୍ତଙ୍କୁ ନିଜ ଆବେଦନ ହାଇକୋର୍ଟରେ କରିବା ଉଚିତ୍ । ହେମନ୍ତଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଡଭୋକେଟ୍ ତଥା କଂଗ୍ରେସ ନେତା କପିଲ ସିବଲ୍ ସୁପ୍ରିମକୋର୍ଟଙ୍କୁ କହିଛନ୍ତି, ଜଣେ ମୁଖ୍ୟମନ୍ତ୍ରୀଙ୍କ ସହ ଇଡିର ବ୍ୟବହାର ଅତ୍ୟନ୍ତ ଅଶୋଭନୀୟ । ଲୋକସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଷଡଯନ୍ତ୍ରର ଅଂଶଭାବେ ହେମନ୍ତଙ୍କୁ ଇଡି ଗିରଫ କରାଯାଇଛି, ଯାହାକି ସମ୍ପୂର୍ଣ୍ଣ ବେଆଇନ୍‌, ଅନ୍ୟାୟ । ପ୍ରକାଶ, ବୁଧବାର ଇଡି ହେପାଜତ୍‌ରେ ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ହେମନ୍ତ ସୋରେନ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking