23.1 C
Bhubaneswar
Friday, November 22, 2024
Homeଓଡିଶାବାପା,ମା ଛେଉଣ୍ଡ  ଚାରି ଶିଶୁ  ଙ୍କ ଭବିଷ୍ୟତ ଅନ୍ଧାର

ବାପା,ମା ଛେଉଣ୍ଡ  ଚାରି ଶିଶୁ  ଙ୍କ ଭବିଷ୍ୟତ ଅନ୍ଧାର

 

  କୋରାପୁଟ : ଜିଲ୍ଲାର କୁନ୍ଦୁରା ବ୍ଳକ ଖିଲପୁଟ ଗ୍ରାମ  ରେ ଅସହାୟ ଚାରି ଶିଶୁ  ଙ୍କ ଦୁଃଖ ଭରା କାହାଣୀ ଆସନ୍ତୁ ଦେଖିବା l ଚାରି ପୁଅ ଝିଅକୁ ଜନ୍ମ ଦେଲେ।ଭାବିଥିଲେ ସୁଖରେ ସଂସାର କରିବେ ୪ ଛୁଆଁ କୁ ନେଇ ହେଲେ ସେମାନଙ୍କୁ ଦୁନିଆଁ କଣ ଦେଖାଇବା ଆଗରୁ ନିଜେ ଦୁନିଆଁ ଛାଡି ଚାଲିଗଲେ ବାପା ମାଆ। ଅସହାୟ ହୋଇଗଲେ 4 ଭାଈ ଭଉଣୀ। ଆଉ ଏ ମାନଙ୍କୁ ସାହାରା ପାଲଟିଥିବା  ବୃଦ୍ଧା ଜେଜେ ମାଆ ସେ ମଧ୍ୟ ଏକାକି କରି ପରକରୀ ଚାଲି ଗଲେ ଆରପାରିକି । ଏହି ଚାରି କୁନି ଶିଶୁ ଙ୍କ ଦାଇତ୍ୱ  ତୁଲାଇବ କିଏ ଆଉ ଏମାନଙ୍କ ଭବିଷ୍ୟତ କ’ଣ ହେବ ତାକୁ ନେଇ ଏବେ ଚିନ୍ତା ରେ ଗ୍ରାମବାସୀ।
-ପ୍ରଥମେ ବାପା ପରେ ମାଁ ଚାଟି ଚାଲିଗଲା ପରେ ଏକାକୀ ହୋଇଯାଇଥିବା ୪ ଶିଶୁ ଏକମାତ୍ର ସାହାରା ଜେଜେ ମାଁ ମଧ୍ୟ ଆଜି ଆରପାରି କୁ ଚାଲିଗଲା।୩ ଟି ନାବାଳକ ଗୋଟିଏ ନାବାଳିକା ଅଛନ୍ତି।ବଡ଼ ଝିଅ ର ବୟସ ୧୦ ବର୍ଷ ହୋଇଥିବା ବେଳେ ଗୋଟିଏ ଭାଇ ୮ ବର୍ଷ ,ଆଉ ଜଣଙ୍କ ବୟସ ୬ବର୍ଷ ହୋଇଥିବା ବେଳେ ସାନ ପୁଅ ର ବୟସ ୪ ବର୍ଷ । କଅଁଳ ବୟସରେ ବାପା କୁ ହରାଇ ଏବେ ଅସାୟ ହୋଇପଡିଛନ୍ତି ୪ ଶିଶୁ ଘରେ ପରିବାର ସଦସ୍ୟ କହିଲେ କେବଳ ୬୦ ବର୍ଷର ବୃଦ୍ଧା ଜେଜେ ମାଆ ଜଣେ ଥିଲେ । ସେ ବି ଏବେ  ଏମାନ ଙ୍କୁ  ପର କରି ଚାଲି ଗଲେ।  ଏମାଙ୍କର  ପାଠପଢା ହେବ କେମିତି ତାହାକୁ ନେଇ ଆଶଙ୍କା ଦେଖାଦେଇଛି ।ଏହି ଚାରି ଶିଶୁ ଙ୍କୁ ସରକାର ସହାୟତା ଯୋଗାଇଦେବା ନେଇ ଗ୍ରାମ ବାସୀ ଦାବି କରିଛନ୍ତି।
କୁନ୍ଦୁରା ବ୍ଲକ ଖୀଲପୁଟ  ର ବିଜୟ ପରଜା ଦିନ ମଜୁରିଆ ଭାବେ କାମ କରି ପରିବାର ଚଳାନ୍ତି ହେଲେ ଦେଢ଼ ବର୍ଷ ତଳେ ତାଙ୍କର ମୃତ୍ୟୁ ହୋଇଗଲା l ଚାରଟି କୁନି କୁନି ଛୁଆ ଙ୍କୁ ନେଇ ଦୁଃଖେ ସୁଖେ ସ୍ତ୍ରୀ ବୁରୀ ପରିବାର ଚଳାଉ ଥିଲେ ହେଲେ ଦଇବ ଏମାନ ଙ୍କ ସହ ଖେଳି ଦେଲା ଖେଳ ଫଳରେ ମାଁ ମଧ୍ୟ ଆଖିବୁଜି ଦେଲେ।  ବାସ ବୁଢ଼ୀ ଜେଜେମା ପଦ୍ମ ଆଶାଭରସା  ପାଲଟି ଥିଲେ ହେଲେ ଏବେ ତା ବି ଛଡାଇ ନେଲା ଦଇବ l ଜେଜେମା ପଦ୍ମପରଜା ର ମୃତ୍ୟୁ ପିଲାଙ୍କୁ ବେସାହାରା କରିଦେଇଛି l ଦଇବ ଦାଉ ସାଧିବା ଭଳି ଏ ପିଲାଙ୍କ ଭବିଷ୍ୟତ ଏବେ ଅନ୍ଧାର ଭିତରେ l ସେପଟେ ଖବର ପାଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗା ରେ ପହଁଚି ଆଲୋଚନା ପରେ ସରକାରୀ ସାହାଯ୍ୟ ଓ ସେମାନଙ୍କ ଥଇଥାନ ର ବ୍ୟବସ୍ଥା କରାଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ରାଜଶ୍ରୀ  ଦାସ l 
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking