19.1 C
Bhubaneswar
Sunday, November 24, 2024
Homeଅପରାଧବିବାହିତା ମହିଳାଙ୍କ ପାଇଁ ହେଲା କାଳ ଅବୈଧ ସମ୍ପର୍କ

ବିବାହିତା ମହିଳାଙ୍କ ପାଇଁ ହେଲା କାଳ ଅବୈଧ ସମ୍ପର୍କ

ବ୍ୟୁରୋ: ମହଙ୍ଗା ପଡ଼ିଲା ଅନୈତିକ ପ୍ରେମ । ବିବାହିତା ମହିଳାଙ୍କ ପାଇଁ ହେଲା କାଳ ଅବୈଧ ସମ୍ପର୍କ । ହୋଟେଲ୍ ରୁମରେ ପ୍ରେମିକାର ଗଳା ଚିପି ହତ୍ୟାକଲା ପ୍ରେମିକ । ଯାହା ପାଇଁ ପିଲାଛୁଆ ସ୍ୱାମୀ ଛାଡ଼ି ଆସି ହୋଟେଲରେ କିଛି ନିରୋଳା ମୁହୂର୍ତ୍ତ ବିତାଇବା ପାଇଁ ପହଞ୍ଚିଥିଲେ ବିବାହିତା ମହିଳା, ସେ ହିଁ ଜୀବନ ନେଇଗଲା । ଘରକୁ ଯିବାପାଇଁ ଜିଦ୍ କରିବାରୁ ତଣ୍ଟି ଚିପି ମାରିଦେଲା ଅଭିଯୁକ୍ତ । ହୋଟେଲ କର୍ମଚାରୀଙ୍କ ଠାରୁ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ଛାନଭିନ୍ କରିବା ପରେ ଅଭିଯୁକ୍ତକୁ ଏବେ ଗିରଫ କରାଯାଇଛି । ଗାଜିଆବାଦର ଏକ ହୋଟଲରେ ଏପରି ଅଭାବନୀୟ ଘଟଣା ଘଟିଛି । ବାଗପତରେ ରଚନା(୪୪ବର୍ଷ) ସ୍ୱାମୀ ରାଜକୁମାର ଓ ପିଲାଛୁଆଙ୍କ ସହ ରୁହନ୍ତି ।

ମୃତକ ଏକ ବେସରକାରୀ କମ୍ପାନୀରେ କ୍ଲର୍କ ରୂପରେ କାମ କରୁଥିଲେ । ସବୁ ଠିକ୍ ଠାକ୍ ଚାଲିଥିବା ବେଳେ ହଠାତ୍ କାହାଣୀରେ ପ୍ରେମିକ ଗୌତମ(୩୪ ବର୍ଷ)ର ଏଣ୍ଟ୍ରି ହୁଏ । ସେ ଏକ ଫର୍ଣ୍ଣିଚର ଦୋକାନରେ କାମ କରେ । ସବୁବେଳେ ଫୋନ୍ ତଥା ମେସେଜରେ ଯୋଗାଯୋଗ ଥିବାବେଳେ ମିରଟରେ ଭେଟିବା ପାଇଁ ଉଭୟେ ଯୋଜନା କରିଥିଲେ । ଆଉ ତା’ପରେ ଅଫିସ କାମ ଥିବା କହି ଗୌତମକୁ ଭେଟିବାକୁ ୨୩ ତାରିଖ ଦିନ ଘରୁ ବାହାରି ଯାଇଥିଲେ ରଚନା । ଦୁଇ ଦିନ ସେଠାରେ ରହିବା ପରେ ଡିସେମ୍ବର ୨୫ରେ ଖ୍ରୀଷ୍ଟମାସ ଦିନ ଗାଜିଆବାଦର ଦିଲ୍ଲୀ-ମେରଟ ମାର୍ଗ ଶିବମ ବିହାର କଲୋନୀ ସ୍ଥିତ ଏକ ହୋଟେଲରେ ପହଞ୍ଚିଥିଲେ ଉଭୟେ । ସେଠାରେ କିଛି ସମୟ ରହିବା ପରେ ଘରକୁ ବାହାରିଥିଲେ ରଚନା । କାରଣ ତାଙ୍କ ପାଖକୁ ବାରମ୍ବାର ସ୍ୱାମୀଙ୍କ ଫୋନ୍ କଲ୍ ଆସୁଥିଲା ।

ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା । ଆଉ ହିତାହିତ ଜ୍ଞାନ ଭୁଲି ରଚନାଙ୍କୁ ହତ୍ୟା କରିଥିଲା ପ୍ରେମକ । ରଚନାକୁ ହତ୍ୟା କରିବା ପରେ ରବିବାର ପୂରା ରାତି ହୋଟେଲରେ ରହିଥିଲେ ଅଭିଯୁକ୍ତ । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଖୋଳତାଡ଼ ଆରମ୍ଭ କରିଥିଲା । ମୁରାଦାନଗର ସ୍ଥିତ ଗଙ୍ଗା କେନାଲ ନିକଟରୁ ଅଭିଯୁକ୍ତକୁ ଗିରଫ କରାଯାଇଛି । ଗିରଫ ହେବାପରେ ପୋଲିସ ସାମ୍ନାରେ ନିଜ ଅପରାଧର କାହାଣୀ ବଖାଣିଛି ଅଭିଯୁକ୍ତ । ଗୌତମ କହିଛି, ରଚନାଙ୍କ ସହିତ ହୋଟେଲକୁ ଆସିବା ପରେ ପୂରା ରାତି ରହିବା ପାଇଁ ସେ ବାଧ୍ୟ କରିଥିଲା । ହେଲେ ଏଥିରେ ରଚନା ରାଜି ହୋଇନଥିଲେ । ଯଲଦି ଘରକୁ ଫେରିଯିବା ପାଇଁ କହିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ପ୍ରେମିକାର ଗଳା ଚିପି ହତ୍ୟା କରିବା ପରେ ହୋଟେଲରୁ ସେ ଫେରାର ହୋଇଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking