ଭୁବନେଶ୍ୱର: ଉଚ୍ଚତା ବଢିବାର ଏକ ସମୟ ରହିଥାଏ । ସେହି ସମୟ ଚାଲି ଯିବା ପରେ ତାହା ହୋଇପାରିନଥାଏ । ସମୟ ଆଗରୁ ଯଦି ଉପଯୁକ୍ତ ଉପାୟ ଅବଲମ୍ବନ କରାଯାଏ, ତେବେ ନିର୍ଦ୍ଧାରିତ ସମୟରେ ପିଲାଙ୍କ ଉତ୍ତମ ଉଚ୍ଚତା ବଢିଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ ବିଷୟରେ କହିବୁ, ଯାହା ଦ୍ୱାରା ୧୮ ବର୍ଷ ବୟସରେ ଆପଣ ନିଜ ପିଲାଙ୍କ ହାଇଟ ବୃଦ୍ଧି କରିପାରିବେ । ରିପୋର୍ଟ ମୁତାବକ, ଆମ ଶରୀରରେ ଥିବା ହ୍ୟୁମାନ ଗ୍ରୋଥ ହର୍ମୋନ ହାଡ ଓ ମେଟାବୋଲିଜକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଯାହା ୧୨ରୁ ୧୩ ବର୍ଷ ବୟସର ପିଲାଙ୍କ ମଧ୍ୟରେ ଆକ୍ଟିଭ ରହିଥାଏ । ଏମିତିରେ ବି ପିଲାଙ୍କ ହାଇଟ ୧୮ ବର୍ଷ ଯାଏଁ ବଢିଥାଏ । ହେଲେ ତଥାପି ଆପଣଙ୍କୁ କିଛି ଉପାୟ କରିବାକୁ ପଡିବ, ଯାହାଦ୍ୱାରା ୧୮ବର୍ଷ ପରେ ବି ଆପଣ ହାଇଟ ବୃଦ୍ଧି କରିପାରିବେ ।
ପୁଷ୍ଟିକର ଖାଦ୍ୟ ଭୋଜନ କରନ୍ତୁ
ହର୍ମୋନ ଗ୍ରୋଥ ପାଇଁ ଫଳ, ସବୁଜ ପନିପରିବା, କ୍ଷୀର, ପ୍ରୋଟିନ ଆଦି ପୁଷ୍ଟିକର ଖାଦ୍ୟ ଖାଇବା ଜରୁରୀ । ଯାହାଦ୍ୱାରା ଶରୀରରେ ମେଟାବୋଲିଜିମ ଓ ରଂକ୍ତ ସଂଚାଳନ ଭଲ ରହିଥାଏ ।
ଷ୍ଟ୍ରେଚିଂ ଏକ୍ସରସାଇଜ
ଡାଏଟ ବଢାଇବା ପାଇଁ ପ୍ରତିଦିନ ପ୍ରାୟ ୧୫ରୁ ୨୦ ମିନିଟ ଷ୍ଟ୍ରେଚିଂ ଏକ୍ସରସାଇଜ କରିବା ଦରକାର । ଏଥିପାଇଁ ସୂର୍ଯ୍ୟ ନମସ୍କାର କରିବା ମଧ୍ୟ ଜରୁରୀ ହୋଇଥାଏ ।
ସଂପୂର୍ଣ୍ଣ ନିଦରେ ଶୋଇବା
ଆପଣଙ୍କୁ କହି ରଖୁଛୁ ଯେ, ନିଦରେ ପିୟୁଷିକା ଗ୍ରନ୍ଥି କାମ କରିଥାଏ । ସେଥିପାଇଁ ସଂପୂର୍ଣ୍ଣ ନିଦରେ ଶୋଇବା ଜରୁରୀ ହୋଇଥାଏ ।
ଏକ୍ସରସାଇଜ ନିହାତି କରନ୍ତୁ
ଯେତେବେଳେ ଆମେ ଛିଡା ହେଉ ମେରୁଦଣ୍ଡ ହାଡ ଉପରେ ଶରୀରର ପୁରା ବୋଝ ପଡିଥାଏ । ଯାହାଦ୍ୱାରା କାନ୍ଧ ଛୋଟ ଭଳି ଲାଗେ । ଯଦି ବଡି ପୋଶ୍ଚର ଠିକ ରୁହେ, ତେବେ ହାଇଟରେ ପରିବର୍ତନ ଦେଖାଯିବ ନାହିଁ । ଏଥିପାଇଁ ରେଗୁଲାର ଓହଳିବା ଭଳି ଏକ୍ସରସାଇଜ କରନ୍ତୁ । ଯାହାଦ୍ୱାରା ଲୋଅର ବ୍ୟାକ ଅର୍ଥାତ ମେରୁଦଣ୍ଡ ହାଡ ମଜଭୁତ ରହିଥାଏ । ଏହାବ୍ୟତୀତ ରନିଙ୍ଗ, ଜଗିଙ୍ଗ ଓ ଏରୋବିକ୍ସ ମଧ୍ୟ ହାଉଟ ବଢାଇବାରେ ସାହାଯ୍ୟ କରେ ।