ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । କହିଛନ୍ତି, ପରିକ୍ରମା ପ୍ରକଳ୍ପ ବାହାରେ ବହୁ ବଡ ବଡ ଅଟ୍ଟାଳିକା ଗଢି ଉଠୁଛି । ସେମାନେ ନିଜସ୍ୱ ଢଙ୍ଗରେ ଅଟ୍ଟାଳିକା ସବୁ ନିର୍ମାଣ କରୁଛନ୍ତି । ଶ୍ରୀଗୁଣ୍ଡିଚା ମନ୍ଦିର ଚାରିପାଖରେ ବି ବଡବଡ ଅଟ୍ଟାଳିକା ହେଉଛି । ଅଟ୍ଟାଳିକାଗୁଡିକର ନିର୍ଦ୍ଦିଷ୍ଟ ଭାବେ ଢାଞ୍ଚା ସ୍ଥିର ହେବା ଦରକାର । ଆମେ ଏନେଇ ନଗର ଉନ୍ନୟନ ବିଭାଗକୁ ଆଇନ ପାଇଁ ଲେଖିବୁ । ଅଟ୍ଟାଳିକାଗୁଡିକୁର ଉଚ୍ଚତା ନିର୍ଧାରଣ ପାଇଁ ସରକାରଙ୍କୁ ଲେଖିବୁ । ଏଥି ସହିତ ଶ୍ରମନ୍ଦିର ସମ୍ପର୍କିତ ସମସ୍ତ ଶବ୍ଦାବଳୀକୁ ନେଇ ପାଟେଣ୍ଟ କରାଯିବ । ଶବ୍ଦାବଳୀକୁ ନେଇ ପାଟେଣ୍ଟ ହେଉଛି ଏକ ଆଇନଗତ ବ୍ୟବସ୍ଥା ।










