19.1 C
Bhubaneswar
Friday, November 22, 2024
Homeଦେଶ ବିଦେଶଦେଶର ବିଭିନ୍ନ ସ୍ଥାନରେ ଭୀଷଣ ବର୍ଷା: ଜୟପୁରରେ ଭାସିଲା କାର୍‌, ୟୁପି-ବିହାରରେ ବଜ୍ରପାତରେ ୧୬ ମୃତ

ଦେଶର ବିଭିନ୍ନ ସ୍ଥାନରେ ଭୀଷଣ ବର୍ଷା: ଜୟପୁରରେ ଭାସିଲା କାର୍‌, ୟୁପି-ବିହାରରେ ବଜ୍ରପାତରେ ୧୬ ମୃତ

ପାଟନା: ବିଳମ୍ବରେ ଆସିଥିବା ମୌସୁମୀ ସାରା ଦେଶରେ ଭୀଷଣ ବର୍ଷା ଯୋଗୁଁ ଲୋକଙ୍କ କଷ୍ଟ ବୃଦ୍ଧି ପାଇଛି । ରାଜସ୍ଥାନରେ ଗତ ୨୪ ଘଣ୍ଟାରେ ଭୀଷଣ ବର୍ଷା ଫଳରେ ରାଜଧାନୀ ଜୟପୁର ରାସ୍ତାରେ କାର୍ ସହ ଅନ୍ୟ ବାହନ ଭାସୁଥିବା ବେଳେ ଆସନ୍ତା ୨୪ରୁ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ପୂର୍ବ ଅଞ୍ଚଳରେ ଭୀଷଣ ବର୍ଶା ଆଶଙ୍କାରେ ପାଣିପାଗ ବିଭାଗ ଅରେଞ୍ଜ୍ ଆଲର୍ଟ ଜାରି କରିଛି । ସେହିପରି ବିହାରରେ ଗତ ଦୁଇଦିନ ଧରି ଜୋରଦାର ବର୍ଷା ହେବା ଫଳରେ ରାଜ୍ୟରେ ବିଭିନ୍ନ ଅଞ୍ଚଳ ବର୍ଷାଜଳରେ ବୁଢ଼ିଯାଇଛି । ଏହା ମଧ୍ୟରେ ବଜ୍ରପାତରେ ରାଜ୍ୟରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି । ୟୁପିରେ ମଧ୍ୟ ବଜ୍ରପାତ ଯୋଗୁଁ ୬ ଜଣ ଲୋକ ପ୍ରାଣ ହରାଇଛନ୍ତି ।
ରାଜସ୍ଥାନର ଭୀଷଣ ବର୍ଷା ଯୋଗୁଁ କୋଟା, ଜୟପୁର, ଟୋଙ୍କ, ବୁନ୍ଦି ଆଦି ଜିଲ୍ଲାର ବିଭିନ୍ନ ଆବାସୀୟ ଅଞ୍ଚଳ ଜଳମଗ୍ନ ହୋଇ ରହିଛି । ଫଳରେ ବହୁ ସ୍ଥାନରେ ଟ୍ରାଫିକ୍ ଜାମ୍ ହୋଇଛି । ସେହିପରି ଆସନ୍ତା ୨୪ ରୁ ୪୮ ଘଣ୍ଟାରେ ଦୌସା, ଅଲୱର, ସବାଇମାଧୋପୁର, ବୁନ୍ଦି, କୋଟା, ବାରାଂ, ଝାଲାବାଡ଼ ଏବଂ ଆଜମେର ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି ।
ବିହାରରେ ବର୍ଷା ସହିତ ବଜ୍ରପାତ ଘଟିବାରୁ ଭୋଗପୁରରେ ଦୁଇ ଽଂ ଲକ୍ଷୀସରାଇ, ସୀୱାନ, କଟିହାର ଜଣେ ଲେଖାଏଁ ଲୋକଙ୍କର ମୃତ୍ୟୁ ଘଟିଛି । ଶନିବାର ଅପରାହ୍ଣରେ ବୋକାରୋର ଏକ ସ୍କୁଲ୍ ବାରଣ୍ଡାରେ ବଜ୍ରପାତ ହେବାରୁ ପ୍ରାୟ ୩୦ ବିଦ୍ୟାର୍ଥୀ ଏହାର ପ୍ରଭାବରେ ଆସି ଆହତ ହୋଇଛନ୍ତି ।
ୟୁପିରେ ଶୁକ୍ରବାର ହୋଇଥିବା ବର୍ଷା ୬ ବର୍ଷରୁ ରେକର୍ଡ ଭାଙ୍ଗିଛି । ଆଗ୍ରାରେ ଶୁକ୍ରବାର ହୋଇଥିବା ବର୍ଷାରେ ସ୍କୁଲରେ ୩ ଫୁଟର ପାଣି ପଶିଯାଇଛି । ଲକ୍ଷ୍ନୌ, ଉନ୍ନାଓ, କାନପୁର ନଗର, ହରଦୋଇ, ସୀତାପୁର, ଶାହଜାହାନ୍‌ପୁର, ଫରୁଖାବାଦ୍‌, ମୈନପୁରୀ, ଫିରୋଜାବାଦ, ଏଟା, କାସଗଞ୍ଜ, ବଦାୟୁଁ, ବଲନ୍ସସହର, ଅଲୀଗଡ଼, ମଥୁରା ଏବଂ ଗୌତମ ବୁଦ୍ଧ ନଗର ଜିଲ୍ଲାରେ ରେଡ୍ ଆଲର୍ଟ ଜାରି କରାଯାଇଛି ।
ମଧ୍ୟପ୍ରଦେଶର ଗ୍ୱାଲିୟର୍‌, ଚମ୍ବଲ, ବୁନ୍ଦେଲଖଣ୍ଡ ଓ ବଘେଲଖଣ୍ଡ ଅଞ୍ଚଳରେ ଭୀଷଣ ବର୍ଷା କାରଣରୁ ନର୍ମଦା, ତାପ୍ତି ଏବଂ କ୍ଷିପ୍ରା ପରେ ଚମ୍ବଲ ନଦୀ ବନ୍ୟାଜଳରେ ଭରପୂର ରହିଛି । ବହୁ ନଦୀରେ ବର୍ଷାଜଳ ଅଧିକ ହେବାରୁ ନଦୀବନ୍ଧର ଗେଟ୍‌ଗୁଡ଼ିକୁ ଖୋଲାଯାଇଛି । ଗୁଜରାଟରେ ମଧ୍ୟ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ରେଡ୍ ଆଲର୍ଟ ଜାରି କରାଯାଇଛି ।
ମହାରାଷ୍ଟ୍ର ନାସିକ୍‌ର ଆଦିବାସୀ ଅଞ୍ଚଳ ଶେନ୍ଦ୍ରିପାଡ଼ାରେ ‘ତାସ’ ନଦୀ ଉପରେ ଥିବା ଲୁହାପୋଲ୍ ବର୍ଷାରେ ଭାସି ଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଗାମୀ ଦିନରେ ଭୀଷଣ ବର୍ଷାର ସତର୍କ ସୂଚନା ଦିଆଯାଇଛି । ସେହିପରି ହିମାଚଳ ପ୍ରଦେଶ, ଜମ୍ମ-କଶ୍ମୀର, ଦିଲ୍ଲୀ, ତେଲେଙ୍ଗାନାରେ ମଧ୍ୟ ଗତ ୨୪ ଘଣ୍ଟାରେ ଭଲ ବର୍ଷା ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking