19.1 C
Bhubaneswar
Monday, November 18, 2024
Homeବ୍ରେକୀଙ୍ଗକଶ୍ମୀରର ଅନେକ ସ୍ଥାନରେ ଭୂସ୍ଖଳନ

କଶ୍ମୀରର ଅନେକ ସ୍ଥାନରେ ଭୂସ୍ଖଳନ

ନୂଆଦିଲ୍ଲୀ: ଜମ୍ମୁକଶ୍ମୀର, ଉତ୍ତରାଖଣ୍ଡ ଓ ହିମାଚଳରେ ତୁଷାରପାତ ହେଉଛି । ଫଳରେ ସ୍ଥିତି ଅସମ୍ଭାଳ ହେବାକୁ ଲାଗିଛି । ଜମ୍ମୁକଶ୍ମୀର ହାଇୱେ ନିକଟରେ ତୁଷାରପାତ କାରଣରୁ ଲଗାତର ୫ମ ଦିନରେ ବି ଯାତାୟାତ ଠପ୍ ହୋଇପଡିଛି । ଅନେକ ସ୍ଥାନରେ ତାପମାତ୍ରା ଶୁନ ଡିଗ୍ରୀରୁ ବି ତଳେ ରହିଛି । ଆଜି ଜମ୍ମୁକଶ୍ମୀରର ଅନେକ ଜିଲ୍ଲାରେ ତୁଷାରପାତ ନେଇ ସତର୍କ ସୂଚନା ଜାରି କରାଯାଇଛି । ପାଣିପାଗ ବିଭାଗ ସୂଚନା ଅନୁସାରେ, ଆଜିଠାରୁ ପାଗ ସଫା ରହିବ । ହେଲେ ଏହାସହ ଶୀତଲହରୀ ଜାରି ରହିବ । ପଂଜାବ ଓ ହରିୟାଣାରେ ଅଧିକ ସମସ୍ୟା ହୋଇପାରେ । ଏହାସହ ଦିଲ୍ଲୀ ଓ ରାଜସ୍ଥାନରେ ବି ଶୀତଲହରୀ ଜାରି ରହିବ । ଦିଲ୍ଲୀରେ କଳାବାଦଲ ଛାଇ ହୋଇ ରହିବା କାରଣରୁ ଦୃଶ୍ୟମାନ ୩୦୦ ମିଟର ରହିଛି । ସେଠାରେ ନ୍ୟୂନତମ ତାପମାତ୍ରା ୧୪.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଆଇଏମଡି ମୁଖ୍ୟ କୂଳଦୀପ ଶ୍ରୀବାସ୍ତବ କହିଛନ୍ତି ଯେ, ଜାନୁୟାରୀ ୯ ତାରିଖରେ ସହରରେ ହାଲକା ବର୍ଷା ହୋଇପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking