27.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶଡୋଡା ଜିଲ୍ଲା ରେ ପ୍ରବଳ ବର୍ଷା, ଧସିଲା ରାସ୍ତା

ଡୋଡା ଜିଲ୍ଲା ରେ ପ୍ରବଳ ବର୍ଷା, ଧସିଲା ରାସ୍ତା

ନୂଆଦିଲ୍ଲୀ : ଅମରନାଥ ପରେ ଜମ୍ମୁ-କାଶ୍ମୀରର ଡୋଡା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ହଠାତ ବାଦଲ ଫଟା ବର୍ଷା ପାଇଁ ଗୁଣ୍ଟି ଜଙ୍ଗଲ ଦେଇ ଯାଇଥିବା ଜାତୀୟ ରାଜପଥ ପ୍ରଭାବିତ ହୋଇଛି । ଏଠାରେ ଆଖପାଖ ପାହାଡରୁ ପଥର ଖସି ରାସ୍ତା ଏକ ପ୍ରକାର ବନ୍ଦ ହୋଇଯାଇଛି । ଫଳରେ ଶହଶହ ଗାଡିମଟର ଫସି ରହିଛନ୍ତି । ସୂଚନାନୁସାରେ, ଶନିବାର ପାହାନ୍ତିଆରେ ଡୋଡା ଜିଲ୍ଲାରେ ବାଦଲ ଫଟା ବର୍ଷା ହୋଇଥିଲା । ଫଳରେ ଅନେକ ସ୍ଥାନରେ ବଡ ବଡ ପଥର ଖଣ୍ଡ ପଡିଥିଲା । ଏପରିକି ରାସ୍ତାରେ ପଥର ଖସିବା ଫଳରେ ଯାନବାହନ ଫସି ରହିଛି । ଟ୍ରାଫିକ୍ ଜାମ୍ ସମସ୍ୟା ଦେଖାଦେଇଛି । ଶୀଘ୍ର ରାସ୍ତାରୁ ପଥର ଖଣ୍ଡ ତଥା ମାଟି ଉଟାଇବା କାମକୁ ତ୍ୱରାନ୍ୱିତ କରାଯାଇଛି । କେବଳ ରାସ୍ତାଘାଟ ନୁହେଁ, ଏଠାରେ ଥିବା ଏକ ଆର୍ମି କ୍ୟାମ୍ପରେ ମଧ୍ୟ ପାଣି ପଶି ଯାଇଛି । କିଛି ଘର ଦବି ଯାଇଥିବା ଜଣାପଡିଛି । ତେବେ ଏଥିରେ କେହି ମୃତାହତ ହୋଇଥିବା ଖବର ମିଳିନାହିଁ । ସୂଚନାଯୋଗ୍ୟ, ଶୁକ୍ରବାର ଅମରନାଥ ଯାତ୍ରା ବେଳେ ବାଦଳଫଟା ବର୍ଷା ହୋଇଥିଲା । ଯେଉଁଥିରେ ଏକାଧିକ ଶ୍ରଦ୍ଧାଳୁ ପ୍ରାଣ ହରାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking