ଭୁବନେଶ୍ୱର: କାଳବୈଷାଖି ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଥିବାରୁ ୩୦ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସହରରେ ବର୍ଷା ହେବା ସହ ପାଗ କୋହଲା ରହିବ । ତେବେ ବଙ୍ଗୋପ ସାଗର ସଂଲଗ୍ନ ଆନ୍ଧ୍ର ପ୍ରଦେଶ ଏବଂ ଓଡ଼ିଶା ଉପକୂଳରେ ସମୁଦ୍ର ଆଡୁ ଜଳକଣାପୂର୍ଣ୍ଣ ପବନ ପ୍ରବାହିତ ହୋଇଥିବାରୁ ତାପମାତ୍ରା ବୃଦ୍ଧି ପାଇବ ନାହିଁ ପାଣିପାଗ ବିଶେଷଜ୍ଞ ସୂଚନା ଦେଇଛନ୍ତି । ତେବେ ଆସନ୍ତା ୨୭ ରୁ ୩୦ ତାରିଖ ପର୍ଯ୍ୟନ୍ତ ୪ ଦିନ ଓଡ଼ିଶାର ଅଳ୍ପ କେତେକ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇ ସର୍ବାଧିକ ୩୮ଂ ହେବାର ସମ୍ଭାବନା ଥିବା ବେଳେ ଅନ୍ୟ ଦିନଗୁଡ଼ିକରେ ଦିନର ତାପମାତ୍ରା ୩୫ଂ କିମ୍ବା ୩୬ ଡିଗ୍ରୀ ରହିବ ବୋଲି ପୂର୍ବାନୁମାନ କରାଯାଇଛି ।
ତେବେ ଆଜି ୧୯ଟି ଜିଲ୍ଲା ଯଥା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂପୁର, ପୂରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଜଗପତି, କେନ୍ଦୁଝର, ମୟୁରଭଞ୍ଜ, କନ୍ଧମାଳ, ରାୟଗଡା, ବୌଦ୍ଧ ସମେତ ଅନ୍ୟ ୩ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବର୍ଷା ସମୟରେ ଘଡଘଡି ସହ ପବନର ବଗ ଘଣ୍ଟା ପ୍ରତି ୪୦କିମି ରୁ ୫୦କିମି ରହିବ । ତେଣୁ ଏହି ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷର ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୨୭ତାରିଖ ସକାଳ ସାଢ଼େ ୮ଟା ମଧ୍ୟରେ ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ପୂରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଜଗପତି, ସୋନପୁର, ବୌଦ୍ଧ, ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡା, କୋରାପୁଟ ଏବଂ ମାଲକାନଗିରିରେ ଘଣ୍ଟା ପ୍ରତି ୪୦କିମି ରୁ ୫୦କିମି ବେଗରେ ପବନ ବୋହିବା ସହ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି ।
୨୮ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂପୁର, ପୂରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଜଗପତି, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଢ଼େଙ୍କାନାଳ, କନ୍ଧମାଳ, କଳାହାଣ୍ଡି, ରାୟଗଡା, ମାଲକାନିଗିରିରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଉଛି । ସେହିପରି ୨୯ତାରିଖରେ ଉପକୁଳ ଜିଲ୍ଲା ସମେତ ଆଭ୍ୟନ୍ତରୀଣ ଜିଲ୍ଲାର କିଛି ସ୍ଥାନରେ ମଧ୍ୟମ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୩୦ତାରିଖ ମଧ୍ୟ ରାଜ୍ୟର ଉତ୍ତର ଉପକୂଳ ଜିଲ୍ଲା ସମେତ ଦକ୍ଷୀଣ ଓଡ଼ିଶାର ଗୋଟିଏ ୨ଟି ସ୍ଥାନରେ ପ୍ରବଳ ବର୍ଷିବ । ତେବେ ଆଜି ରାଜ୍ୟର ପାୟ ସବୁ ସହରରେ ବର୍ଷା ହୋଇଥିବା ବେଳେ ଚାନ୍ଦବାଲିରେ ୨୭.୨ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ଭଦ୍ରକରେ ୫୧.୯ମିମି, ଯାଜପୁରରେ ୧୧.୫ମିମି, ଢ଼େଙ୍କାନାଳରେ ୧୪ମିମି ବର୍ଷା ହୋଇଥିବା ଜଣାପଡିଛି । ସେହିପରି ଆଜି ରାଜ୍ୟର ସବୁ ଜିଲ୍ଲାରେ ତାପମାତ୍ରା କମ୍ ରହିଥିବା ବେଳେ ବାରିପଦରେ ୨୭.୬ଂ ରେକର୍ଡ କରାଯାଇଛି । ତେବେ ବୌଦ୍ଧରେ ପାରଦ ସର୍ବାଧିକ ୩୭.୮ଂ ରହିଥିଲା । ଭୁବନେଶ୍ୱରରେ ୩୪.୮ଂ ଏବଂ କଟକରେ ୩୫.୨ ତାପମାତ୍ରା ରହିଥିବା ପାଣିପାଗ କେନ୍ଦ୍ର କ୍ଷରୁ ସୂଚନା ଦିଆଯାଇଛି ।