27.1 C
Bhubaneswar
Saturday, October 19, 2024
Homeଓଡିଶାଆସନ୍ତା ୨୪ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା, ୧୩ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଆସନ୍ତା ୨୪ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା, ୧୩ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର:ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତା ୨୪ଘଣ୍ଟା ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ଜିଲ୍ଲା ସମେତ ର‌୍ୟାର ଗୋଟିଏ ୨ଟି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ବିଶେଷକରି ୧୩ଟି ଜିଲ୍ଲା ଯଥା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ପୁରୀ, ନୟାଗଡ, ଗଞ୍ଜାମ, ଗଜପତି, ମୟୁରଭଞ୍ଜ, କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବର୍ଷା ସହ ପ୍ରବଳ ପବନ ବହିବ । ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦କିମି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ସେହିପରି ରବିବାର ସକାଳ ସକାଳ ସାଢ଼େ ୮ଟା ମଧ୍ୟରେ ସୁନ୍ଦରଗଡ, ଅନୁଗୁଳ, ଢ଼େଙ୍କାନାଳ, କନ୍ଧମାଳ, ରାୟଗଡା, ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ମାରିବାର ପୂର୍ବାନୂମାନ କରାଯାଇଛି । ଆସନ୍ତା ୪୮ଘଣ୍ଟା ଅର୍ଥାତ ୩ତାରିଖ ସକାଳ ସାଢ଼େ ୮ଟା ମଧ୍ୟରେ ଉପକୁଳ ଓଡ଼ିଶା ସମେତ ମୟୁରଭଞ୍ଜ, କୋରାପୁଟ, ମାଲକାନଗିରି, ରାୟଗଡା ଜିଲ୍ଲାର କିଛି ସ୍ଥାନରେ ପାଗ କୋହଲା ରହିବ ।

ଏହାବ୍ୟତିତ ରାଜ୍ୟର ଅବଶିଷ୍ଟ ଜିଲ୍ଲାଗୁଡିକରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ୩ତାରିଖ ସକାଳ ସାଢ଼େ ୮ଟା ପରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ତାପମାତ୍ରା ବୃଦ୍ଧି ପାଇବ । ଆସନ୍ତାକାଲି ମଧ୍ୟ ରାଜ୍ୟର କିଛି ଜିଲ୍ଲାରେ ପାରଦ ୨ଂ ରୁ ୩ଂ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ସେହିପରି ଗତ ୨୪ଘଣ୍ଟାରେ ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ବର୍ଷା ହୋଇଛି । ଦାରିଙ୍ଗବାଡିରେ ସର୍ବାଧିକ ୬୭ମିମି ବର୍ଷା ହୋଇଥିବା ବେଳେ ଢ଼େଙ୍କାନାଳରେ ୫୩.୮ମିମି ବର୍ଷା ହୋଇଥିବା ବେଳେ ଜଗତସିଂପୁରରେ ୫୨.୨ମିମି, ନୟାଗଡରେ ୩୯ମିମି ବର୍ଷା ହୋଇଛି ।

ଭୁବନେଶ୍ୱରରେ ୩୩ମିମି, ଚାନ୍ଦବାଲିରେ ୩୨.୨ମିମି, କଟକରେ ୨୫.୮ମିମି, ପାରଦ୍ୱୀପରେ ୩୨.୨ମିମି, ଅନୁଗୁଳରେ ୨୮.୬ମିମି, ଖୋର୍ଦ୍ଧାରେ ୨୬ମିମି, କେନ୍ଦ୍ରାପଡାରେ ୨୮.୮ମିମି ବର୍ଷା ହୋଇଛି । ସେହିପରି ଶନିବାର ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ଗୋପଳପୁରରେ ସର୍ବାଧିକ ୮୭.୨ମିମି ବର୍ଷା ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ୧୦.୬ମିମି, ପାରାଦ୍ୱୀପରେ ୨୬.୪ମିମି, ନୟାଗଡରେ ୨୩ମିମି, ଛତ୍ରପୁରରେ ୫୨ମିମି, ଜଗତସିଂପୁରରେ ୧୫ମିମି ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking