26.3 C
Bhubaneswar
Thursday, April 9, 2026
Homeଓଡିଶା୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ଵର : ରାଜ୍ୟରେ ଜାରି ରହିଛି ବର୍ଷା । ଆଗାମୀ ଦୁଇ ଘଣ୍ଟା ପାଇଁ ୩ ଜିଲ୍ଲାକୁ ବିଜୁଳି, ଘଡଘଡି ସହ ବର୍ଷା ସତର୍କତା ଦିଆଯାଇଛି। ଏସବୁ ଜିଲ୍ଲା ଗୁଡିକ ହେଉଛି ସୁନ୍ଦରଗଡ, କୋରାପୁଟ ଓ ମାଲକାନଗିରି ଜିଲ୍ଲା। ସେପଟେ ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ​ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗିରହିବ। ମଙ୍ଗଳବାର ସକାଳ ସୁଦ୍ଧା ଯାଜପୁର , ଭଦ୍ରକ, ବାଲେଶ୍ଵର, ମୟୁରଭଞ୍ଜ, କେନ୍ଦୁଝର , ସୁନ୍ଦରଗଡ, ନବରଙ୍ଗପୁର , ରାୟଗଡା, ଗଜପତି , ଗଞ୍ଜାମ, କୋରାପୁଟ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ୨୦ ତାରିଖରେ କେନ୍ଦୁଝର, ସୁନ୍ଦରଗଡ, ଦେବଗଡ, ଝାରସୁଗୁଡା, ସମ୍ବଲପୁର ଏବଂ ବରଗଡ ଜିଲ୍ଲାର ଗୋଟିଏ , ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାକୁ ଥିବାବେଳେ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ସତର୍କତା ଜାରି କରାଯାଇଛି। ଅନ୍ୟପଟେ ରାଜ୍ୟରେ ବଜ୍ରାଘାତରେ ଦୁଇ ଦିନରେ ୧୬ ଜଣଙ୍କ ଜୀବନ ଗଲାଣି। ତେଣୁ ସତର୍କ ରହିବାକୁ ପାଣିପାଗ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking