ଭୁବନେଶ୍ୱର: ଘୁଣ୍ଣିବଳୟ ସକ୍ରିୟ ଥିବା ନେଇ ୧୨ ଘଣ୍ଟା ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୧୨ ଘଣ୍ଟାରେ କେନ୍ଦୁଝର , ମୟୁରଭଞ୍ଜ ଓ ସୁନ୍ଦରଗଡରେ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡିର ସତର୍କତା ଜାରି କରିଛି ପାଣିପାଗ ବିଭାଗ । ଏହା ସହିତ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାକୁ ୟେଲ୍ଲୋ ଆଲର୍ଟ ଜାରି କରିଛି ବିଭାଗ । ଏହାସହ ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେଓଗଡ, ଅନୁଗୁଳ , ଢେଙ୍କାନାଳ, ବାଲେଶ୍ୱର , ଭଦ୍ରକ, ଯାଜପୁର , କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋଦ୍ଧା , ନୟାଗଡ, ଗଞ୍ଜାମ ଓ ଗଜପତି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପବନ ସହ ବଜ୍ରପାତ ହେବାର ସମ୍ଭାବନା ରହିଛି ।










