36.1 C
Bhubaneswar
Friday, April 3, 2026
Homeଓଡିଶା୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା!

୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା!

ଭୁବନେଶ୍ୱର: ୨୪ ଘଣ୍ଟା ମଧ୍ୟରେ ରାଜ୍ୟ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା । ରାଜ୍ୟରେ ପ୍ରବଳ ବର୍ଷା ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ। ସେପଟେ ଦକ୍ଷିଣ  ଓଡ଼ିଶାରେ ଲଗାଣ ବର୍ଷାରେ ସ୍ଥିତି ବେହାଲ ହୋଇଥିବା ବେଳେ ଆଜି ମଧ୍ୟ ଭିଜିବ ଦକ୍ଷିଣ ଓଡିଶା। ତେବେ ଅବପାତର ରୂପ ନେଇଥିବା ସୁଦୃଶ ଲଘୁଚାପ ଲଘୁଚାପରେ ପରିଣତ ହେବ । ଏହାର ପ୍ରଭାବରେ ଆଜିଠାରୁ ଠାରୁ କମିବ ବର୍ଷାର ପରିମାଣ । ଆସନ୍ତା ୨୪ ଘଂଟାରେ ସାରା ରାଜ୍ୟରେ ବର୍ଷା ହେବା ସହ କଳାହାଣ୍ଡି ଓ ନବରଙ୍ଗପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ନେଇ ଅରେଞ୍ଜ ଆର୍ଲଟ ଜାରି କରିଛି ପାଣିପାଗ ବିଭାଗ। ସେହିପରି ପ୍ରବଳ ବର୍ଷା ପାଇଁ ନୂଆପଡା  ବଲାଙ୍ଗୀର କୋରାପୁଟ ବରଗଡ଼ କେନ୍ଦୁଝର ଅନୁଗୁଳ ଓ ଢେଙ୍କାନାଳକୁ ୟେଲୋ ଓ୍ୱାର୍ଣ୍ଣିଙ୍ଗ ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ ବିଜୁଳି ଘଡଘଡି ସହ ୩୦ରୁ ୪୦ କିମି ପବନ ବହିବ। ସେପଟେ ସମୁଦ୍ର ଉପକୂଳ ଅଂଚଳରେ ୪୦ରୁ ୬୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏନେଇ ସମୁଦ୍ର ଅଶାନ୍ତ ରହିବ।  ତେଣୁ ମେଘୁଆ ପାଗ ଓ ପବନର ବେଗକୁ ନେଇ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଭିତରକୁ ବାରଣ କରିଛି ପାଣିପାଗ ବିଭାଗ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking