28.1 C
Bhubaneswar
Friday, November 22, 2024
Homeଓଡିଶା୪୮ଘଣ୍ଟାରେ ୪ଜିଲ୍ଲାରେ ପ୍ରବଳ ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି

୪୮ଘଣ୍ଟାରେ ୪ଜିଲ୍ଲାରେ ପ୍ରବଳ ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ ପଶ୍ଚିମାଝଡର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଥବା ବଳେ ଗତ ୩ତାରିଖରୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପାରଦ ବୃଦ୍ଧି ପାଇଛି । ଗୁରୁବାର ରାଜ୍ୟରେ ଉଭୟ ଝାରସୁଗୁଡା ଏବଂ ରାଉରକେଲାର ପାରଦ ୩୯ଂ ଛୁଇଁଛି । ଅପରପକ୍ଷେ କାଳବୈଷାଖୀ ପ୍ରଭାବରେ ରାଜ୍ୟରେ ଝଡ ବର୍ଷାର ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣଇପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ପାଣିପାଗକେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ବଲାଙ୍ଗୀର, ସୋନପୁର, ବରଗଡ, ଝାରସୁଗୁଡା, ଦେବଗଡ, ସୁନ୍ଦରଗଡ, କେନ୍ଦୁଝର ଏବଂ ମୟୁରଭଞ୍ଜରେ ବର୍ଷା, ପବନ ସମ୍ଭାବନ ରହିଥିବାରୁ ଏହି ଜିଲ୍ଲା ଲାଗି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଆସନ୍ତା ୪୮ଘଣ୍ଟାରେ ୪ଟି ଜିଲ୍ଲା ଯଥା ଗଜପତି, ଗଞ୍ଜାମ, ରାୟଗଡା ଏବଂ କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ଘଡଘଡି ମାରିବ । ଏହି ସମୟରେ ପବନର ବେଗ ଘଣ୍ଟାକୁ ୪୦କିମି ରୁ ୫୦କିମି ବେଗରେ ବହିବାର ସମ୍ଭାବନା ରହିଛି ।

୯ତାରିଖ ସକାଳ ୮ଟା ୩୦ ମଧ୍ୟରେ ରାଜ୍ୟର ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର, ଭଦ୍ରକ, ବାଲେଶ୍ୱର, ଅନୁଗୁଳ, ଢ଼େଙ୍କାନାଳ, ବୌଦ୍ଧ ଏବଂ କନ୍ଧମାଳର ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ୯ତାରିଖ ପରେ ୧୧ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । ରାଜ୍ୟର କିଛି ଜିଲ୍ଲାରେ କାଳବୈଷାଖୀ ପ୍ରଭାବରେ ବର୍ଷା, ପବନ ହେବାର ସମ୍ଭାବନା ରହିଥିବା ପାଣଇପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ଗତ ୨୪ଘଣ୍ଟାରେ ରାଜ୍ୟରେ ରାୟଗଡାରେ ସର୍ବାଧିକ ୨୫ମିମି ବର୍ଷା ହୋଇଥିବା ବେଳେ ଗୁରୁବାର ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା କଟକରେ ସର୍ବାଧିକ ୪୦.୨ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ଗୁରୁବାର ରାଜ୍ୟର ୨୫ଟି ଜିଲ୍ଲାରେ ତାପମାତ୍ରା ୩୫ଂ ଉପରେ ରହିଥିବା ବେଳେ ଭୁବନେଶ୍ୱରରେ ୩୭.୬ଂ, କଟକରେ ୩୭.୪ଂ ରହିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking