20.1 C
Bhubaneswar
Monday, November 25, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧୟୁକ୍ରେନର ମିଲିଟାରୀ ବେସ୍ ଉପରେ ରୁଷ ସେନାର ଆକ୍ରମଣ, ୭୦ରୁ ଅଧିକ ସୈନିକଙ୍କ ମୃତ

ୟୁକ୍ରେନର ମିଲିଟାରୀ ବେସ୍ ଉପରେ ରୁଷ ସେନାର ଆକ୍ରମଣ, ୭୦ରୁ ଅଧିକ ସୈନିକଙ୍କ ମୃତ

କିଭ୍ : ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ରୁଷ ସୈନିକ ଲଗାତାର ଆକ୍ରମଣ କରିବାରେ ଲାଗିପଡିଛନ୍ତି । ୟୁକ୍ରେନର ରାଜଧାନୀ କିଭ୍ ଉପରେ କବ୍‌ଜା କରିବା ପାଇଁ ପ୍ରାଣପ୍ରଣେ ଚେଷ୍ଟା କରୁଛି । ୟୁକ୍ରେନ ସେନା ମଧ୍ୟ ଲଗାତାର ଜବାବ ଦେଇଛି । ଏହାମଧ୍ୟରେ ରୁଷ ୟୁକ୍ରେନର ଆର୍ମି ବେସ ଉପରେ ଆକ୍ରମଣ କରିବା ଫଳରେ ୭୦ ଜଣ ସୈନ୍ୟଙ୍କ ମୃତ୍ୟୁହୋଇଛି । ସୂଚନା ଅନୁଯାୟୀ, କିଭ୍ ଏବଂ ଖାରକିଭ୍ ମଧ୍ୟରେ ଥିବା ଓଖତିରକା ସହରର ଆର୍ମି ବେସ୍ ଉପରେ ବମ୍ ପକାଇଛି । ଏଥିରେ ୭୦ ୟୁକ୍ରେନ ସୈନିକ ପ୍ରାଣ ହରାଇଛନ୍ତି । ଓଖତରିକା ସହିତ ରାଜଧାନୀ କିଭ ଠାରୁ ୩୪୫ କିମି ଦୂରରେ ଅବସ୍ଥିତି । ଏହା ପୂର୍ବରୁ ରୁଷ ସେନା ୟୁକ୍ରେନର ଦ୍ୱିତୀୟ ବଡ ସହର ଖାରକିଭରେ ବୋମା ବର୍ଷଣ କରିଥିଲା । ଋଷ ଆକ୍ରମଣରେ ଘାଇଲା ୟୁକ୍ରେନ ସହର । ଘନ ଘନ ମିସାଇଲ ଆକ୍ରମଣ କରୁଛି । ଋଷର ମିସାଇଲ ଆକ୍ରମଣ ଉପରେ କହିଲେ ରାଷ୍ଟ୍ରପତି ଜେଲେନସ୍କି । ଋଷ ୧୧୩ କ୍ରୁଜ୍ ମିସାଇଲ କ୍ଷେପଣ କରିଛି । ୫୬ ମିସାଇଲ ୟୁକ୍ରେନକୁ ହିଟ୍ କରିଛି । ଖାରକିଭ୍ ସହର ଉପରେ ମିସାଇଲ ଆକ୍ରମଣ ହୋଇଛି । ଖାରକିଭରେ ନାଗରିକଙ୍କ ମୃତ୍ୟୁ ବଢ଼ିଛି । ଏପଟେ ଶାନ୍ତି ଆଲୋଚନା, ସେପଟେ ଯୁଦ୍ଧ ପାଇଁ ସୈନ୍ୟ ପଠାଉଛି ଋଷ । କିଭ ଆକ୍ରମଣ ପାଇଁ ଋଷର ବଡ଼ ଯୋଜନା । ସାମନାକୁ ଆସିଲା ଋଷର ନୂଆ ଯୋଜନା । ସାଟେଲାଇଟ ଫଟୋରୁ ସାମନାକୁ ଆଣିଲା ଋଷର ନୂଆ ଯୋଜନା । ଏଥିରେ ବହୁ ସଂଖ୍ୟାରେ ମିଲିଟାରୀ ଟ୍ୟାଙ୍କ, ଯୁଦ୍ଧ କମାଣ ଓ ବିପୁଳ ଗୋଳାବାରୁଦ ରହିଛି । ଗୋଟିଏ ପଟେ ୟୁକ୍ରେନ ସହ ଶାନ୍ତି କଥାବାର୍ତ୍ତା କରୁଛି ଋଷ । ସେପଟେ କିଭକୁ ପୁଣି ସୈନ୍ୟ ପଠାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking