19.1 C
Bhubaneswar
Monday, November 18, 2024
Homeଦେଶ ବିଦେଶ୨୮ରେ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣି; ଇଡି, ସିବିଆଇକୁ ସୁପ୍ରିମ୍‌କୋର୍ଟ ନୋଟିସ୍‌

୨୮ରେ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣି; ଇଡି, ସିବିଆଇକୁ ସୁପ୍ରିମ୍‌କୋର୍ଟ ନୋଟିସ୍‌

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଘୋଟାଲା ମାଲାରେ ଶୁକ୍ରବାର ସୁପ୍ରିମ୍‌କୋର୍ଟ ଇଡି ଓ ସିବିଆଇ ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣି କରିଛନ୍ତି । ଏହି ଅବସରରେ କୋର୍ଟ ଦୁଇଟି ଏଜେନ୍ସିକୁ ନୋଟିସ୍ ଜାରିକରି ୧୪ ଦିନ ମଧ୍ୟରେ ଜବାବ ମାଗିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୮ ତାରିଖରେ ହେବ । ଜଷ୍ଟିସ୍ ସଞ୍ଜୀବ ଖାନ୍ନା, ଜଷ୍ଟିସ୍ ବେଲା ଏମ୍ ତ୍ରିବେଦୀ ଏବଂ ଜଷ୍ଟିସ୍ ଉଜ୍ଜ୍ୱଳ ଭୂୟାଁଙ୍କ ତିନିଜଣିଆ ବେଞ୍ଚ୍ ମାମଲାର ଶୁଣାଣି କରୁଛନ୍ତି । ବେଞ୍ଚ୍ କହିଛନ୍ତି, ଦୁଇ ଏଜେନ୍ସିର ଜବାବ ମିଳିବା ପରେ ୨୮ ତାରିଖରେ ସିସୋଦିଆଙ୍କ ଆବେଦନ ଉପରେ ବିଚାର କରିବେ ।

ଶୁଣାଣି ବେଳେ ଜଷ୍ଟିସ୍ ଖାନ୍ନା କହିଛନ୍ତି, ସାଧାରଣତଃ କୋର୍ଟ ନୀତିଗତ ନିଷ୍ପତ୍ତିରେ ହସ୍ତକ୍ଷେପ କରିନଥାନ୍ତି । ମାତ୍ର ଏହା ଅନ୍ୟ କାରଣରୁ ନୀତି ଗଠନ ମାମଲା । ଅବକାରୀ ଘୋଟାଲା ମାମଲାରେ ସିସୋଦିଆ ୧୩୯ ଦିନ ଧରି ଜେଲ୍‌ରେବ ବନ୍ଦ ରହିଛନ୍ତି । ସିବିଆଇ ଭ୍ରଷ୍ଟାଚାର ମାମଲାରେ ତାଙ୍କୁ ଫେବୃଆରୀ ୨୬ରେ ଗିରଫ କରିଥିଲା । ସେହିପରି ମନି ଲଣ୍ଡରିଂ ମାମଲାରେ ଇଡି ମାର୍ଚ୍ଚ ୯ରେ ଗିରଫ କରିଥିଲା । ଦୁଇ ମାମଲାରେ ସିସୋଦିଆ ଜାମିନ ପାଇଁ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ତେବେ ଜୁଲାଇ ୩ରେ ହାଇକୋର୍ଟ ସିସୋଦିଆଙ୍କୁ ଜାମିନ ଦେବାକୁ ମନା କରିଦେଇଥିଲେ । ଏହା ପୂର୍ବରୁ ଟ୍ରାଏଲ୍ କୋର୍ଟ ମଧ୍ୟ ମାର୍ଚ୍ଚ ୩୧ରେ ତାଙ୍କ ଜାମିନ ଆବେଦନ ଖାରଜ କରିଦେଇଥିଲେ । ଶେଷରେ ଜୁଲାଇ ୬ରେ ସିସୋଦିଆ ସୁପ୍ରିମ୍‌କୋର୍ଟରେ ପିଟିସନ୍ ଦାଖଲ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking