27.1 C
Bhubaneswar
Friday, September 20, 2024
Homeଦେଶ ବିଦେଶସୁପ୍ରିମ୍‌କୋର୍ଟରେ ହେମନ୍ତ ‌ସୋରେନଙ୍କ ଶୁଣାଣି ଆଜି

ସୁପ୍ରିମ୍‌କୋର୍ଟରେ ହେମନ୍ତ ‌ସୋରେନଙ୍କ ଶୁଣାଣି ଆଜି

ରାଞ୍ଚି: ୬୦୦ କୋଟି ଟଙ୍କାର ଜମି ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ହେମନ୍ତ ସୋ‌ରେନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ବାରା ଗିରଫ ହେବା ପରେ ଗୁରୁବାର ସୁପ୍ରିମକୋର୍ଟଙ୍କ ନିକଟକୁ ଯାଇଥିଲେ। ଆଜି ଅଦାଲତ ତାଙ୍କ ମାମଲାର ଶୁଣାଣି କରିବେ। ଭାରତର ପ୍ରଧାନ ବିଚାରପତି ଡିଏ ଚନ୍ଦ୍ରଚୁଡଙ୍କ ନେତୃତ୍ୱରେ ଏକ ତିନିଜଣିଆ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହେବ। ଅନ୍ୟପକ୍ଷରେ ଚମ୍ପାଇ ସୋରେନ ଆଜି ଝାରଖଣ୍ଡର ମୁଖ୍ୟମନ୍ତ୍ରୀ ଭା‌ବେ ଶପଥ ଗ୍ରହଣ କରିବେ। ଗତକାଲି ବରିଷ୍ଠ ଓକିଲ କପିଲ ସିବଲଙ୍କ ଦ୍ୱାରା ସୋରେନ୍‌ଙ୍କ ଗିରଫଦାରୀ ବିରୋଧରେ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଥିଲା। ସିବଲ କୋର୍ଟଙ୍କୁ କହିଥିଲେ ଯେ ସେମାନେ ଝାରଖଣ୍ଡ ହାଇକୋର୍ଟରୁ ମାମଲା ପ୍ରତ୍ୟାହାର କରୁଛନ୍ତି। ତେବେ ସୋରେନ୍‌ଙ୍କର ଏହି ଆବେଦନକୁ ନେଇ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ, “ଇଡି ଦ୍ୱାରା ହଜାର ହଜାର ଲୋକଙ୍କୁ ଗିରଫ କରାଯାଇଛି, ସମସ୍ତେ ସୁପ୍ରିମକୋର୍ଟକୁ ଆସିପାରିବେ ନାହିଁ।’’

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking