ଭୁବନେଶ୍ୱର : କୋଭିଡ ସଂକ୍ରମଣ ବୃଦ୍ଧି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ଦେଇଛନ୍ତି । ଶେଷ ୭ ଦିନ ଭିତରେ ରାଜ୍ୟର ସଂକ୍ରମଣ ୨ ଅଙ୍କ ଭିତରେ ରହୁଛି । ସଂକ୍ରମଣ ବଢୁଥିବାରୁ ସତର୍କତାମୂଳକ ପଦକ୍ଷେପ ନେବାକୁ ପଡିବ । ବିଭାଗ ପକ୍ଷରୁ ସର୍ଭିଲାନ୍ସ ଚାଲିଛି ।ଟେଷ୍ଟିଂ ବଢାଇବାକୁ କୁହାଯାଇଛି । ଭିଡ କୁ ନ ଯିବାକୁ ଏବଂ ଭିଡ ନ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ।ସବୁ ବେଳେ ମାସ୍କ ପରିଧାନ କରିବା ସହ ଲକ୍ଷଣ ଦେଖାଦେଉଥିବା ବ୍ୟକ୍ତି ତୁରନ୍ତ ପରୀକ୍ଷା କରିବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି ।ଆଜି ରାଜ୍ୟରେ କରୋନା ସଂକ୍ରମଣ ପୁଣି ସାମାନ୍ୟ ବଢ଼ିଛି। ଗତକାଲି ୨୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ କୋଭିଡ ସଂକ୍ରମଣ ସାମନ୍ୟ ଉପରମୁହାଁ ହେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର।