ବୌଦ୍ଧ: ପାଣି ପିଇବାକୁ ନଦୀକୁ ଯାଇଥିଲେ ଗୋରୁ ପଲ । ହଠାତ୍ ମାଡି ଆସିଲା ପାଣି । ଭାସି ଗଲେ ଶହ ଶହ ଗାଈଗୋରୁ । ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି ବୌଦ୍ଧ ଜିଲ୍ଲା ହରଭଙ୍ଗାରୁ । ମହାନଦୀରେ ପାଣି ପିଇବାକୁ ଆସିଥିଲେ ଶହ ଶହ ଗୋରୁ । ହେଲେ ଏହି ସମୟରେ ହଠାତ୍ ନଦୀରେ ପାଣି ମାଡି ଆସିଥିଲା ।
ହୀରାକୁଦ ଜଳଭଣ୍ଡାରରେ ଗେଟ୍ ଖୋଲାଯିବା ପରେ ମହାନଦୀରେ ବି ପାଣି ବୃଦ୍ଧି ପାଇଛି । ଏହା ଫଳରେ ନଦୀକୁ ପାଣି ପିଇବାକୁ ଆସିଥିବା ଶହ ଶହ ଗାଈଗୋରୁ ଭାସି ଯାଉଥିବା ଦେଖିବାକୁ ମିଳିଛି । ତେବେ ନଦୀରେ ପାଣି ମାଡି ଆସିବାରୁ ଦୀର୍ଘ ସମୟ ଧରି ଜଳବନ୍ଦୀ ରହିଥିଲେ ଗୋରୁପଲ । ପରେ ସ୍ଥାନୀୟ ଲୋକ ଓ ଗାଈଆଳଙ୍କ ସହାୟତାରେ ଗୋରୁ ପଲଙ୍କୁ ଉଦ୍ଧାର କରାଯାଇଥିଲା ।