27.1 C
Bhubaneswar
Sunday, September 29, 2024
Homeଓଡିଶାପାପ ସମ୍ପର୍କ ଲୁଚାଇବାକୁ ଯାଇ ଫିଙ୍ଗିଦେଲେ!, ନବଜାତ ଶିଶୁକୁ ଝୁଣି ଖାଇଗଲେ କୁକୁର

ପାପ ସମ୍ପର୍କ ଲୁଚାଇବାକୁ ଯାଇ ଫିଙ୍ଗିଦେଲେ!, ନବଜାତ ଶିଶୁକୁ ଝୁଣି ଖାଇଗଲେ କୁକୁର

ମୟୂରଭଞ୍ଜ: ପାପ ସମ୍ପର୍କକୁ ଲୁଚାଇବାକୁ ଯାଇ ନବଜାତ ଶିଶୁକୁ ଫିଙ୍ଗିଦେଲା ମା’ । ଆଉ ଅଲୋଡ଼ା ଶିଶୁଟିକୁ ଝୁଣି ଖାଇଗଲେ କୁକୁର । ଏଭଳି ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ଅଞ୍ଚଳରେ । ବିଶୋଇ ବ୍ଲକ୍ କାର୍ଯ୍ୟାଳୟ ପଛପଟେ ଏକ କୁକୁର ନବଜାତ ଶିଶୁକୁ କାମୁଡ଼ି ଟେକି ନେଉଥିବା ଦେଖି ସ୍ଥାନୀୟ ଲୋକେ କୁକୁରଟିକୁ ଘଉଡ଼ାଇଥିଲେ । ତେବେ ସେତେବେଳକୁ ଶିଶୁଟିର ଅଣ୍ଟା ତଳକୁ କୁକୁରଟି ସମ୍ପୂର୍ଣ୍ଣ ଝୁଣି ଖାଇ ଦେଇଥିଲା । ଫଳରେ ମୃତ ଶିଶୁଟି ପୁତ୍ର କି କନ୍ୟାସନ୍ତାନ, ତାହା ଜଣାପଡ଼ିନାହିଁ । ସ୍ଥାନୀୟ ସରପଞ୍ଚ କରୁଣାସାଗର ମାରାଣ୍ଡି ଓ ୱାର୍ଡସଭ୍ୟ ବିବେକାନନ୍ଦ ଦାସଙ୍କଠାରୁ ଖବର ପାଇବା ପରେ ପୁଲିସ ମୃତଶିଶୁକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଶିଶୁଟି ମିଳିଥିବା ସ୍ଥାନରୁ ଅଳ୍ପ ଦୂରରେ ଥିବା ନବନିର୍ମିତ ମିସନ୍ ଶକ୍ତି ଗୃହ ବାରଣ୍ଡାରେ ରକ୍ତଛିଟା, ଲୁଣ ପ୍ୟାକେଟ୍ ଓ ପାଣି ବୋତଲ ପଡ଼ିଥିବା ଦେଖିବାକୁ ମିଳିଥିଲା । ସେହିଠାରେ ହିଁ ଶିଶୁଟିକୁ କେହି ଜନ୍ମ ଦେଇ ଛାଡ଼ି ପଳାଇଥିବା ଅନୁମାନ କରାଯାଉଛି । ଅବୈଧ ସମ୍ପର୍କ କିମ୍ବା ପ୍ରେମଜନିତ କାରଣରୁ ନିଷ୍ପାପ ଶିଶୁଟି ଦୁନିଆ ଦେଖିବା ଆଗରୁ ଆଖି ବୁଜିଥିବା ଚର୍ଚ୍ଚା ହେଉଛି । ସରକାର ମାତୃ ଓ ଶିଶୁ ସୁରକ୍ଷା ପାଇଁ ବିଭିନ୍ନ ପ୍ରକାର ଯୋଜନା ଖଞ୍ଜି ଦେଇଥିବା ବେଳେ କେହି ମହିଳା ନିଜ ମାତୃତ୍ୱକୁ ଏମିତି ଜଳାଞ୍ଜଳି ଦେବା ଘଟଣା ଅଞ୍ଚଳବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking