21.1 C
Bhubaneswar
Sunday, November 24, 2024
Homeଦେଶ ବିଦେଶବିବାହ ପୂର୍ବରୁ ହେଲା ବଚସା! ଜୀବନ ହାରିଲା ବର....

ବିବାହ ପୂର୍ବରୁ ହେଲା ବଚସା! ଜୀବନ ହାରିଲା ବର….

ଭୋପାଳ: ହାତଗଣ୍ଠୀ ପଡିବାକୁ ଆଉମାତ୍ର କିଛି ସମୟର ଅପେକ୍ଷା ଥିଲା । ବଚସା ହେବାରୁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ବର ଓ କନ୍ୟା । ଶେଷରେ ବରର ମୃତ୍ୟୁ ହୋଇଥିବା ବେଳେ କନ୍ୟା ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶରେ ଇନ୍ଦୋର ସହରରେ । ବର୍ତ୍ତମାନ କନ୍ୟା ଜଣଙ୍କର ଚିକିତ୍ସା ଜାରି ରହିଥିବା ପୋଲିସ ସୂଚନା ଦେଇଛି । ଗତ ମଙ୍ଗଳବାର ଦିନ ଏହି ଘଟଣା ଘଟିଥିଲା । ଏଏସଆଇ ରମ୍ଜାନ ଖାନଙ୍କ କହିବା ଅନୁଯାୟୀ, ଗତ ମଙ୍ଗଳବାର କାନାଡିଆ ଆର୍ଯ୍ୟ ସମାଜ ମନ୍ଦିରରେ ବିବାହର ଆୟୋଜନ କରାଯାଇଥିଲା । କିନ୍ତୁ ଏହା ପୂର୍ବରୁ ବର ଓ କନ୍ୟାଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ଫଳରେ ବର ଜଣଙ୍କ ପ୍ରଥମେ ବିଷ ପିଇ କନ୍ୟାଙ୍କୁ ଫୋନ କରି କହିଥିଲେ । ଏହା ଶୁଣିବା ପରେ ଦୁଃଖରେ ଆତ୍ମହରା ହୋଇ କନ୍ୟା ଜଣଙ୍କ ମଧ୍ୟ ବିଷ ପିଇ ଦେଇଥିଲେ । ଉଭୟଙ୍କୁ ପରିବାର ଲୋକେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ।

ସେଠାରେ ଚିକିତ୍ସା ଜାରି ରହିଥିବା ବେଳେ ବର ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟପଟେ କନ୍ୟା ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଜୀବନମରଣ ସହ ଯୁବତୀ ଜଣଙ୍କ ସଂଘର୍ଷ କରୁଛନ୍ତି । ମୃତ ବରଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ, ଗତ କିଛି ଦିନ ହେଲା ଯୁବତୀ ଜଣଙ୍କ ଆମ ପୁଅକୁ ବିବାହ ପାଇଁ ଚାପ ପକାଉଥିଲେ । କିନ୍ତୁ ସେ ନିଜ କ୍ୟାରିଅରକୁ ଦୃଷ୍ଟିରେ ରଖି ୨ ବର୍ଷ ସମୟ ମାଗିଥିଲା । କିନ୍ତୁ ଏହା ଗ୍ରହଣ କରିବାକୁ ଅରାଜି ଥିଲେ ଯୁବତୀ । ଏନେଇ ସେ ଥାନାରେ ମଧ୍ୟ ଅଭିଯୋଗ କରିଥିଲେ ।ତେବେ କେଉଁ କାରଣକୁ ନେଇ ବର କନ୍ୟାଙ୍କ ମଧ୍ୟରେ ବଚସା ହେଲା ଓ ସେ କାହିଁକି ଏଭଳି ନିଷ୍ପତ୍ତି ନେଲେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ପୋଲିସ ଏନେଇ ତଦନ୍ତ ଜାରି ରଖିଛି । ବର କନ୍ୟାଙ୍କ ପରିଚୟ ମଧ୍ୟ ସ୍ପଷ୍ଟ ହୋଇନାହିଁ । ଯୁବତୀଙ୍କ ପରିବାର ଲୋକେ ମଧ୍ୟ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି ।ପୋଲିସ ବର୍ତ୍ତମାନ ସୁଦ୍ଧା କାହାକୁ ପଚରାଉଚରା କରିନାହିଁ । ପଚରାଉଚରା ପରେ ପ୍ରକୃତ କାରଣ ଜଣାପଡିବ । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking